ଆଜି ଶ୍ରୀମନ୍ଦିରରେ ସୁନିଆଁ ଓ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ପାଳନ

ପୁରୀ : ଆଜି ଶ୍ରୀ ମନ୍ଦିରରେ ପାଳନ ହେବ ପବିତ୍ର ସୁନିଆ ଉତ୍ସବ ଏହା ସହିତ ବାମନ ଜନ୍ମ ନୀତି । ଗତକାଲି ଥିଲା ପବିତ୍ର ବଡ଼ ଏକାଦଶୀ ବା ପାର୍ଶ୍ୱ ପରିବର୍ତନ ଏକାଦଶୀ I ଦୁଇ ମାସ ଧରି ଦକ୍ଷିଣମୁହାଁ ହୋଇ ଶୋଇ ରହିଥିବା ମହାପ୍ରଭୁ ଗତ କାଲି କଡ଼ ଲେଉଟାଇ ଉତ୍ତରମୁହାଁ ହୋଇଛନ୍ତି।

ସେହିପରି ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ମଧ୍ୟାହ୍ନ ଧୂପ ବଢିବା ପରେ ବାମନ ଜନ୍ମ ନୀତି, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ୱଜା ପୂଜା ବିଧି କରାଯିବ । ଏହାପରେ ଶ୍ରୀମନ୍ଦିରରେ ପବିତ୍ର‌I(ପଇତା) ଅଧିବାସ ନୀତି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ନୀତିକାନ୍ତି ଲାଗି ଆଜି ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ I

ଅନ୍ୟପଟେ ଆଜି ପବିତ୍ର ସୁନିଆ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ । ଏହି ଅବସରରେ ଆଜି ସନ୍ଧ୍ୟାରେ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ । ସୁନିଆଁ ଉତ୍ସବ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ ।

Comments are closed.