ସୁପରଫୁଡ୍‌ ସ୍ପିରୁଲିନା

ସ୍ପିରୁଲିନା ନାମକ ଏକ ଶୈବାଳରେ ଭର୍‌ପୂର ମାତ୍ରାରେ ପ୍ରୋଟିନ ରହିଛି । ୧ କିଲୋ ସ୍ପିରୁଲିନା ୧୦୦୦ କିଲୋ ଅନ୍ୟ ପନିପରିବା ସହିତ ସମାନ । ଅର୍ଥାତ୍‌ ୧୦୦୦ କିଲୋ ଓଜନର ଅନ୍ୟ ପନିପରିବାରେ ଯେତିକି ମିନେରାଲ ଓ ପ୍ରୋଟିନ୍‌ ରହିଛି, ସେତିକି ପ୍ରୋଟିନ୍‌ ଓ ମିନେରାଲ୍‌ ୧ କିଲୋ ସ୍ପିରୁଲିନାରେ ରହିଥାଏ । ସ୍ପେସ୍‌ରେ ଖାଦ୍ୟ ସାମଗ୍ରୀର ଆବଶ୍ୟକତାକୁ ପୂରଣ କରିବା ସହିତ ଏନର୍ଜି ପାଇବା ଲାଗି ମହାକାଶ ଯାତ୍ରୀ ବି ଏହି ଶୈବାଳକୁ ନିଜ ସହିତ ନେଇ ମହାକାଶକୁ ନେଇ ଯାତ୍ରା କରିଥାଆନ୍ତି । ତେଣୁ ସ୍ପିରୁଲିନାକୁ ସୁପରଫୁଡ୍‌ ବୋଲି କୁହାଯାଏ । ସ୍ପିରୁଲିନା ସାଧାରଣତଃ ପୋଖରୀରେ ଦଳ ଆକାରରେ ଦେଖିବାକୁ ମିଳିଥାଏ । ଏଥିରେ ପ୍ରଚୁର ପରିମାଣର ଭିଟାମିନ ଓ ମିନେରାଲ୍ସ ରହିଥାଏ । ହ୍ରଦ, ନାଳ ଓ କ୍ଷାରୀୟ ପାଣିରେ ଏହି ଶୈବାଳ ବ୍ୟାପିଥାଏ । ଏହାକୁ ଆୟୁର୍ବେଦରେ ଅନେକ ଔଷଧ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇଥାଏ । ଏହାର ପ୍ରାୟ ୬୦ ପ୍ରତିଶତ ଅଂଶ ଶରୀରକୁ ପ୍ରୋଟିନ ସହିତ ଅନ୍ୟ ଆବଶ୍ୟକୀୟ ଆମିନୋ ଏସିଡ୍‌ ଯୋଗାଇଥାଏ । ପୃଥିବୀରେ ଥିବା ଏକମାତ୍ର ପ୍ଲାଣ୍ଟ ଭାବେ ଏଥିରେ ଭିଟାମିନ ଏ, ଆଇରନ୍‌, କାଲସିୟମ୍‌, କ୍ୟାରୋଟିନ୍‌ ସମେତ ୧୮ରୁ ଅଧିକ ଭିଟାମିନ ଓ ମିନେରାଲ୍ସ ରହିଛି । ତେବେ ଏହାକୁ ସୁପରଫୁଡ୍‌ କୁହାଯିବାର କାରଣ ହେଉଛି ଏହାକୁ ଖାଇବା ଦ୍ୱାରା ମାଂସପେଶୀକୁ ଆକଫିଭ୍‌ ରଖିବା ସହିତ ହୃଦୟକୁ ସୁସ୍ଥ ରଖିଥାଏ । ଏହା ଏକ ଆଣ୍ଟିଅକ୍ସିଡାଣ୍ଟ, ଯାହା ଶରୀରକୁ କ୍ୟାନସର, ହୃଦ୍‌ରୋଗ ସମେତ ସାମାନ୍ୟ ଭାଇରାଲ୍‌ ଫ୍ଲì ଓ ସର୍ଦ୍ଦିରୁ ଆଶ୍ୱସ୍ଥି ଦେଇଥାଏ । ଆଣ୍ଟି ଏଜିଂକୁ ରୋକିବାରେ ମଧ୍ୟ ଏହା ଫଳପ୍ରଦ ହୋଇଥାଏ । ୫ ଗ୍ରାମ୍‌ ସ୍ପିରୁଲିନାରେ ଦୁU ତୁଳନାରେ ୧୮୦ ପ୍ରତିଶତ ଅଧିକ କ୍ୟାଲସିୟମ ରହିଥାଏ । ଗାଜରରେ ଥିବା ବିଟା କ୍ୟାରୋଟିନ୍‌ ଓ ଉଚ୍ଚ ଲୌହ ସାମଗ୍ରୀ ସହିତ ଭିଟାମିନ୍‌ ବି-କମ୍ପ୍ଲେକ୍ସ, ଭିଟାମିନ ଇ, ମାଙ୍ଗାନିଜ୍‌, ଦସ୍ତା, ତମ୍ବା, ଲୁହା, ସେଲେନିୟମ୍‌ ଏବଂ ଆବଶ୍ୟକୀୟ ଫ୍ୟାଟି ଏସିଡ୍‌ ଲିନୋଲେନିକ୍‌ ଏସିଡ୍‌ ମଧ୍ୟ ରହିଛି । ସୂଚନାନୁଯାୟୀ, ଷୋଡ଼ଶ ଶତାବ୍ଦୀରେ ମେକ୍ସିକୋରେ ସ୍ପିରୁଲିନାରୁ କେକ୍‌ ପ୍ରସ୍ତୁତ କରାଯାଇଥାଏ ।

Comments are closed.