ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଲୁଭାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଉପହାର ବାଣ୍ଟିବା, ବିଦୁ୍ୟତ୍-ପାଣି ମାଗଣାରେ ଦେବା ଏବଂ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଉଛନ୍ତି, ଯାହାକି ଆଦୌ ଉଚିତ୍ ନୁହେଁ । ଏହାକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଇ କେନ୍ଦ୍ର ସରକାରଙ୍କୁ ଆଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦେଶରେ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ମାଗଣା ବିଦୁ୍ୟତ୍, ପାଣି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ପ୍ରତଶ୍ରୁତି ଦେଉଛନ୍ତି । ସୁପ୍ରିମକୋର୍ଟ ମଙ୍ଗଳବାର ଏହି ମାମଲା ଉପରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରି ତୁରନ୍ତ ଏହାର ସମାଧାନ ବାଟ ଖୋଜିବାକୁ କହିଛନ୍ତି । ସର୍ବୋଚ୍ଚ ଅଦାଲତ ମାମଲାର ଆଗାମୀ ଶୁଣାଣି ପାଇଁ ଅଗଷ୍ଟ ୩ ତାରିଖ ଧାର୍ଯ୍ୟ କରିଛନ୍ତି ।
ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି କି, ସେ ରାଜନୈତିକ ଦଳର ପ୍ରସଙ୍ଗ ଉପରେ ବିତ୍ତ ଆୟୋଗଙ୍କ ସହିତ କଥାବାର୍ତ୍ତା କର;ୁ । ପୂର୍ବରୁ କରଜରେ ବୁଡ଼ି ରହିଥିବା ରାଜ୍ୟରେ ମାଗଣା ଯୋଜନାର ଅମଳ ରେକା ଯାଇପାରିବ କି ନାହିଁ, ତାହା ଯାଞ୍ଚ କର;ୁ । ସୁପ୍ରିମକୋର୍ଟ ମାଗଣା ନିର୍ବାଚନ ପ୍ରତିଶ୍ରୁତି ବିରୋଧରେ ଦାଖଲ ପିଟିସନ ଉପରେ ମଙ୍ଗଳବାର ଏହି ଶୁଣାଣି କରିଛନ୍ତି । ଏଥି ସହିତ କେନ୍ଦ୍ରକୁ ନୋଟିସ୍ ଜାରି କରି ଏହାର ଜବାବ ମାଗିଛନ୍ତି ।
ଏହି ପିଟିସନ ଉପରେ ଏପ୍ରିଲରେ ଶୁଣାଣି ହୋଇଥିଲା । ସେହି ସମୟରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ନିର୍ବାଚନ ପୂର୍ବରୁ ହେଉ କିମ୍ବା ପରେ ମାଗଣା ଉପହାର ଦେବା ରାଜନୈତିକ ଦଳର ନୀତିଗତ ନିଷ୍ପତ୍ତି । ସେ ରାଜ୍ୟର ନୀତି ଏବଂ ଦଳଗୁଡ଼ିକ ତରଫରୁ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ ନିୟନ୍ତ୍ରିତ କରିପାରିବେ ନାହିଁ ।
ଆୟୋଗ କହିଥିଲା, ଏହି ପ୍ରକାର ନୀତିଗୁଡ଼ିକର କ’ଣ ନକାରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ ଏହା ଆର୍ଥିକ ଦୃଷ୍ଟିରୁ ଉଚିତ୍ କି ନୁହେଁ, ତାହା ସ୍ଥିର କରିବା ଭୋଟରଙ୍କ କାମ । ଆୟୋଗ ନିଜ ଆଫିଡେଭିଟରେ କହିଥିଲା ଯେ ନିର୍ବାଚନ ପୂର୍ବରୁ କିମ୍ବା ପରେ କୌଣସି ବି ମାଗଣା ସେବା ବିତରଣ ସମ୍ବନ୍ଧିତ ଦଳର ଏକ ନୀତିଗତ ନିର୍ଣ୍ଣୟ ।
ବାସ୍ତବରେ ନିର୍ବାଚନ ସମୟରେ ଏ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା, ଯେଉଁଥିରେ ମାଗଣା ପ୍ରତଶ୍ରୁତି ଦେଉଥିବା ରାଜନୈତିକ ଦଳଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିବାକୁ ଦାବି କରାଯାଇଥିଲା । ଏଥି ସହିତ ନିର୍ବାଚନ ଚିହ୍ନକୁ ଜବତ କରିବାକୁ ମଧ୍ୟ କୁହାଯାଇଥିଲା । ଏହି ପ୍ରସଙ୍ଗରେ ଭାରତର ପ୍ରଧାନ ବିଚାରପତି କହିଛନ୍ତି ଯେ ଏହା ବହୁତ ଗମ୍ଭୀର ପ୍ରସଙ୍ଗ । କହି ରଖୁଛୁ, ଭାଜପା ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଖଲ କରିଛନ୍ତି ।
Comments are closed.