ଏଣିକି ପାଳନ ହେବ ସୁଶାନ୍ତ ମୁନ୍‌ ଡେ

ମୁମ୍ବାଇ: ମାର୍ଚ୍ଚ ୧୧: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ମୃତୁ୍ୟ ପରେ ମିଳିଛି ବର୍ଥଡେ ଗିଫ୍ଟ। ଏଣିକି ସୁଶାନ୍ତଙ୍କ ଜନ୍ମଦିନକ ସୁଶାନ୍ତ ମୁନ୍ ଡେ ରୂପେ ପାଳନ କରାଯିବ। ମୃତ୍ୟୁ ପରେବି ସୁଶାନ୍ତଙ୍କୁ ଏପରି ଗିଫ୍ଟ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକାର ଲୁନର ସୋସାଇଟି। ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କ ଭଲ ପାଇବାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି । ସେ ଗ୍ରହ ନକ୍ଷତ୍ରଙ୍କ ବିଷୟରେ ବହୁ ବହି ପଢ଼ୁଥିବା ବେଳେ ଜହ୍ନରେ ଜାଗାବି କିଣିଥିଲେ। ଏପରିକି ନିଜ ଜାଗାକୁ ଦେଖିବାକୁ ଏକ ବହୁମୂଲ୍ୟର ଦୂରବିକ୍ଷଣ ଯନ୍ତ୍ର ମଧ୍ୟ ଘରେ ରଖିଥିଲେ। ମୃତ୍ୟୁ ପୂର୍ବରୁ ଅନ୍ତରୀକ୍ଷ ଉପରେ ପର୍ଯ୍ୟବେଷିତ ଏକ ଫିଲ୍ମ ଚନ୍ଦା ମାମା ଦୂର କେ, ରେ ମେନ୍ ଲିଡ ପ୍ଲେ କରିବା ପାଇଁ ସୁଶାନ୍ତଙ୍କ ନାଁ ମଧ୍ୟ ଫାଇନାଲ ହୋଇଥିଲା। ତେବେ ଏହି ପିଲ୍ମଟି ପୂର୍ବରୁ ହିଁ ସେ ଆଖି ବୁଜି ଦେଇଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ଅନ୍ତରୀକ୍ଷ ପ୍ରତି ତାଙ୍କ ଭଲ ପାଇବାକୁ ମନେ ପକାଇ ଆମେରିକାର ଲୁନର ଇଣ୍ଟରନ୍ୟାସନାଲ ତାଙ୍କ ଜନ୍ମ ଦିନକୁ ସୁଶାନ୍ତ ମୁନ୍ ଡେ ରୂପେ ପାଳନ କରିବ ବୋଲି ନିଜ ସୋସିଆଲ ମିଡିଆରେ ଘୋଷଣା କରିଛି।

Comments are closed.