ଦିଲ୍ଲୀ: ଡିସେମ୍ବର ୦୧: ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟସଭା ଗୃହରେ ଗଣ୍ଡଗୋଳ କରିବା ଅଭିଯୋଗରେ ୧୨ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । ନିଲମ୍ବିତ ହୋଇଥିବା ଟିଏମସିର ଦୁଇ ସାଂସଦ ଡୋଲା ସେନ ଓ ଶାନ୍ତା ଛେତ୍ରୀ ସଂସଦର ଶୀତ ଅଧିବେଶନ ଶେଷ ହେବା ଯାଏ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି । ଏହାହସିତ ସେମାନେ ନିଳମ୍ବିତ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି ।
ଅନ୍ୟପକ୍ଷରେ, ସେମାନଙ୍କର ଦାବି ପୂରଣ ହେବ ନାହିଁ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ରୋକଠୋକ କହିଛନ୍ତି । ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ସାଂସଦମାନଙ୍କୁ ଗୃହକୁ ଯିବାକୁ ହେଲେ ନିଜ ଦୋଷ ପାଇଁ ଅନୁତାପ କରିବାକୁ ପଡ଼ିବ ବୋଲି ଆଜି ପ୍ରକାଶ କରିଛନ୍ତି ।
କିନ୍ତୁ ବିରୋଧୀ ଦଳର ସାଂସଦମାନେ ନିଜ ଜିଦରେ ଅଟଳ ରହିଛନ୍ତି । ପ୍ରତିଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଯାଏ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସୂìଚନା ରହିଛି । ଡିସେମ୍ବର ୨୩ ଯାଏ ସୋମବାରରୁ ଶୁକ୍ରବାର ଏପରି ବିକ୍ଷୋଭ ପ୍ରଦର୍ଶନ କରାଯିବ । କାରଣ ଡିସେମ୍ବର ୨୩ ହେଉଛି ଶୀତ ଅଧିବେଶନର ଶେଷ ଦିନ । ଗଣତନ୍ତ୍ର ଓ ସଂସଦକୁ ସୁରକ୍ଷା କରିବା ପାଇଁ ଏପରି ବିକ୍ଷୋଭ ପଦର୍ଶନ ପଦକ୍ଷେପ ନିଆଯାଇଛି ଟିଏମସି ସାଂସଦ କହିଛନ୍ତି ।
Comments are closed.