ଟ୍ୱିଟର କୁ ଟକ୍କର ଦେବାକୁ ଆସିଲା ‘କୂ’ I ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଦେଶ ବିଦେଶରେ ଚର୍ଚ୍ଚାରେ ରହିଛି। କିନ୍ତୁ ଏହାର ସମକକ୍ଷ ହେବା ପାଇଁ ଭାରତ ର ବହୁଭାଷୀ ସ୍ବଦେଶୀ ଆପ ‘କୂ’ ମାଇକ୍ରୋବ୍ଲଗିଂ ସାଇଟ ବର୍ତ୍ତମାନ ବିଶ୍ୱର ଦ୍ଵିତୀୟ ସ୍ଥାନ ଅଧିକାର କରିଛି I ଏହି ପ୍ଲାଟ୍ଫର୍ମରେ ୟୁଜର ସଂଖ୍ୟା ବଡ଼ ମାତ୍ରାରେ ବୃଦ୍ଧି ପାଇଛି । ୟୁଜରମାନେ ମଧ୍ୟ ଏଥିରେ ଅଧିକ ସମୟ ବ୍ୟୟ କରୁଛନ୍ତି । ମାର୍ଚ୍ଚ ୨୦୨୦ ରେ ଆରମ୍ଭ ହୋଇଥିବା ଏହିମାଇକ୍ରୋବ୍ଲଗିଂପ୍ଲାଟଫର୍ମ ନିକଟରେ ୫୦ ନିୟୁତ ଡାଉନଲୋଡ୍ କରିଛି ଏବଂ ଅଭିବୃଦ୍ଧି ଦୃଷ୍ଟିରୁ ଦ୍ରୁତ ଗତିରେଆଗେଇ ଚାଲିଛି । ଦେଶୀ ଆପ୍ଗୁଡ଼ିକ ମଧ୍ୟରେ ‘କୂ’ ଆପ୍ ଏକମାତ୍ର ଭାରତୀୟ ମାଇକ୍ରୋବ୍ଲଗିଂ ସାଇଟ୍ I ଯାହାକି ଟ୍ୱିଟର, ଗେଟ୍ର, ଟ୍ରୁଥ୍ ସୋସିଆଲ୍, ମାଷ୍ଟଡନ୍, ପାର୍ଲର ଭଳି ଅନ୍ୟ ବିଶ୍ୱସ୍ତରୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ୟୁଜର୍ସଙ୍କ ଡାଉନଲୋଡ୍ ଦୃଷ୍ଟିରୁଏହି ଆପ ବିଶ୍ୱରେ ଦ୍ୱିତୀୟ (ଟ୍ୱିଟର ପରେ)ସ୍ଥାନରେ ଅଛି।
ସମ୍ପ୍ରତି ବିଶ୍ୱର ସବୁଠାରୁ ବଡ଼ ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ହେଉଛି ଟୁଇଟର । ଗୁଗୁଲ୍ ପ୍ଲେ-ଷ୍ଟୋରରେ ବର୍ତ୍ତମାନ ଏହାର ୧୦୦ କୋଟିରୁ ଊଦ୍ଧ୍ୱର୍ ଡାଉନ୍ଲୋଡ୍ ହୋଇଛି । ଏହାପରେ ୨୦୨୦ ମାର୍ଚ୍ଚରେ ଲଞ୍ଚ୍ ହୋଇଥିବା ‘କୁ’ ଆପ୍ ରହିଛି । ଏହି ପ୍ଲାଟ୍ଫର୍ମ ଇତି ମଧ୍ୟରେ ୫ କୋଟି ଡାଉନ୍ଲୋଡ଼ ହାସଲ କରିଛି । ‘କୁ’ ଆପ୍ ସିଇଓ ତଥା ସହ-ପ୍ରତିଷ୍ଠାତା ଅପ୍ରମେୟ ରାଧାକୃଷ୍ଣ କୁହନ୍ତି, ସମ୍ପ୍ରତି ଏହି ଆପ୍ ବର୍ତ୍ତମାନ ଆମେରିକା, ଯୁକ୍ତରାଜ୍ୟ, ସିଙ୍ଗାପୁର, କାନାଡା, ନାଇଜେରିଆ, ୟୁଏଇ, ଆଲଜେରିଆ, ନେପାଳ, ଇରାନ ଏବଂ ଭାରତ ସମେତ ୧୦୦ ରୁ ଅଧିକ ଦେଶରେ ୧୦ ଟି ଭାଷାରେ ‘କୁ’ ଆପ୍ ଉପଲବ୍ଧ ହେଉଛି I ୟୁଜର ଡାଉନ୍ଲୋଡ୍ କ୍ଷେତ୍ରରେ ଟୁଇଟର ବାଦ୍ ଏହା ଦ୍ୱିତୀୟ ସ୍ଥାନରେ ପହଞ୍ଚିଯାଇଛି । ଏହିଭଳି ଭାବେ ବଢ଼ିଚାଲିଲେ ଆଗାମୀ କିଛି ବର୍ଷରେ ଏହା ଟୁଇଟର ପାଇଁ ବିପଦ ସାବ୍ୟସ୍ତ ହୋଇପାରେ ।
ଲଞ୍ଚିଂ ହେବା ପରଠାରୁ ‘କୁ’ ଆପ୍ ପ୍ଲାଟ୍ଫର୍ମରେ ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବଢ଼ାଇବା ପାଇଁ ୭,୫୦୦୍ମ ୟେଲୋ ଟିକ୍ ଏମିନେନ୍ସ ଏବଂ ୧ ଲକ୍ଷ ଗ୍ରୀନ ସେଲ୍ଫ ଭେରିଫିକେସନ ପ୍ରଦାନ କରିଛି । ଅଧିକରୁ ଅଧିକ ନୂଆ ଭାଷାକୁ ଯୋଡ଼ିବା ତଥା ଅଧିକ ଦେଶରେ ଡିଜିଟାଲ ସ୍ୱତନ୍ତ୍ରତାକୁ ସକ୍ଷମ କରିବା ପାଇଁ ଏହା କାର୍ଯ୍ୟ କରୁଛି । ‘କୁ’ ଆପ୍ ବର୍ତ୍ତମାନ ହିନ୍ଦୀ, ମରାଠି, ଗୁଜରାଟି, ପଞ୍ଜାବୀ, କନ୍ନଡ, ତାମିଲ, ତେଲୁଗୁ, ଅସମିଆ, ବଙ୍ଗାଳୀ ଏବଂ ଇଂରାଜୀ ଭଳି ୧୦ଟି ଭାଷାରେ ଉପଲବ୍ଧ ହେଉଛି ।
Comments are closed.