ମହିଳା ବାଇକର୍ସଙ୍କୁ ନେଇ ତାପସୀଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ରୁପେଲି ପରଦାରେ ସର୍ବଦା କିଛି ଭିନ୍ନ କରିବାର ପ୍ରୟାସ ରଖିବାର ଆକାଂକ୍ଷା ରଖିଥାନ୍ତି । ଏହି ପରିପ୍ରେକ୍ଷୀରେ ସେ ମହିଳା ପୃଷ୍ଠଭୂମି ଉପରେ ଆଧାରିତ ଅନେକ ଫିଲ୍ମରେ ଏକକ ନାୟିକା ସାଜି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଗକୁ ମଧ୍ୟ ସେହିପରି କିଛି ଅଲଗା କରିବାକୁ ତାପସୀ ଯାଉଛନ୍ତି ।

ସୂଚନା ଅନୁଯାୟୀ ଅଭିନେତ୍ରୀ ତାପସୀ ପନ୍ନୁ ପ୍ରଥମ ଥର ପାଇଁ ତାଙ୍କ ପ୍ରଡକ୍ସନ ହାଉସ୍‌ ଆଉଟସାଇଡର୍ସ ଫିଲ୍ମସ୍‌ ଭାୟକାମ ୧୮ ଷ୍ଟୁଡିଓ ସହ ମିଶି ଏକ ନୂଆ ଫିଲ୍ମ ନେଇ ଆସୁଛନ୍ତି । ଫିଲ୍ମର ନାମ ରହିଛି ‘ଧକ୍‌ ଧକ୍‌’ ଏବଂ ସବୁଠୁ ବଡ଼ ବଡ଼ କଥା ଏହି ଫିଲ୍ମରେ ତାପସୀ ପ୍ରଯୋଜକ ରୂପେ କାମ କରିବେ । କେବଳ ସେତିକି ନୁହେଁ ଏହି ଫିଲ୍ମରେ ରତ୍ନା ପାଠକ ଶାହ, ସଞ୍ଜନା ସଂଘୀ, ଦୀୟା ମିର୍ଜା ଏବଂ ଫାତିମା ସନା ଶେଖ୍‌ଙ୍କ ପରି ପ୍ରତିଭାଶାଳୀ ଅଭିନେତ୍ରୀ ନଜର ଆସିବେ ।

ମହିଳା ବାଇକର୍ସଙ୍କୁ ନେଇ ତାପସୀଙ୍କ ଫିଲ୍ମ

ଏହି ନାରୀକୈନ୍ଦ୍ରିକ ଫିଲ୍ମରେ ‘ାରି ଜଣ ଅଭିନେତ୍ରୀ ମହିଳା ବାଇକର୍ସ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ତରୁଣ ଦୁଡେଜାଙ୍କ ଦ୍ୱାରା ନିେ“ର୍ଶିତ ଫିଲ୍ମ ଧକ୍‌ ଧକ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ଏହି ପୋଷ୍ଟରେ ମୁଖ୍ୟ ‘ରିତ୍ରରେ ଅଭିନୟ କରିଥିବା ୪ଜଣ ଅଭିନେତ୍ରୀ ବାଇକ୍‌ ଉପରେ ବସିଥିବା ଦେଖିବାକୁ ମିଳିଛନ୍ତି । ଏଥିସହ ସମସ୍ତେ ପୁଣି ଭିନ୍ନ ଅବତାରରେ ନଜର ଆସିଛନ୍ତି । ଫାତିମାଙ୍କ ଲୁକ୍‌ ଜଣେ ମର୍ଡନ ଗର୍ଲ, ଯିଏ ଟପ୍‌-ଶର୍ଟ୍ସ ପିନ୍ଦିଛନ୍ତି । ସେହିପରି ରତ୍ନା ପାଠକ ଶାହଙ୍କୁ ସଲୱାର ସୁଟ୍‌ରେ ,ସଞ୍ଜାନ ସାଂଘୀଙ୍କୁ ଡେନିମ୍ସରେ ଏବଂ ଦୀୟା ମିର୍ଜା ସଲୱାର ସୁଟ୍‌ ସହ ହିଜାବ ପିନ୍ଦିଛନ୍ତି ।

ମହିଳା ବାଇକର୍ସଙ୍କୁ ନେଇ ତାପସୀଙ୍କ ଫିଲ୍ମ

ଏହି ନିଆରା ପୋଷ୍ଟରକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଅନ୍ୟପକ୍ଷରେ ତରୁଣ ଦୁଡେଜା ଏହି ଫିଲ୍ମ ଜରିଆରେ ନିେ“ର୍ଶନ କ୍ୟାରିଅରର ଆରମ୍ଭ କରିବେ । ଫିଲ୍ମର କାହାଣୀ ପାରିଜାତ ଜୋଶୀ ଏବଂ ତରୁଣ ଦୁଡେଜା ଲେଖିଛନ୍ତି । ତେବେ ଫିଲ୍ମର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ରିଲିଜ୍‌ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ଏହା ଆଗାମୀ ବର୍ଷ ୨୦୨୩ରେ ମୁକ୍ତିଲାଭ କରିବ ବୋଲି ସୂ‘ନା ମିଳିଛି ।

ତେବେ ପ୍ରଯୋଜକ ତାପସୀ ପନ୍ନୁ ଏହାକୁ ନେଇ କହିଛନ୍ତି ଯେ “ଏହା ଏପରି ଏକ ଫିଲ୍ମ ଯାହାକୁ ଆଗରୁ କେବେ ବି ସ୍କ୍ରିନ ଉପରେ ଦେଖାଯାଇନାହିିଁ । ତେଣୁ ଏହି ଫିଲ୍ମ ଏକାଧାରରେ ଅର୍ଥପୂର୍ଣ୍ଣ ସହ ମନୋରଞ୍ଜନଧର୍ମୀ ।

Har Ghar Tiranga