ମୁମ୍ବାଇ: ନଭେମ୍ବର ୦୧: ନାୟିକା ତାପସୀ ପନ୍ନୁଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥାଏ । ସେହିଭଳି ଏକ ସିନେମା ହେଲା ‘ରଶ୍ମି ରକେଟ୍’ । ୨୦୨୧ ଅକେଫାବର ୧୫ରେ ରିଲିଜ୍ ହୋଇଥିବା ଏହି ସିନେମା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ସିନେମାଟି ‘ଜି ଫାଇଭ୍ ପ୍ଲାଟଫର୍ମ’ରେ ରିଲିଜ୍ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏହାକୁ ୧୨ ମିଲିଅନ୍ ଲୋକ ଦେଖିସାରିଲେଣି, ଯାହା ଏକ ରେକର୍ଡ ସୃଷ୍ଟି କରିଛି ।
ସିନେମାଟିରେ ଜଣେ ମହିଳା ଆଥ୍ଲେଟ୍ର କାହାଣୀ ବର୍ଣ୍ଣନା କରାଯାଇଛି । ତାପସୀଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଏଥରେ ଲିଡ୍ ରୋଲରେ ତାପସୀ ନଜର ଆସିଛନ୍ତି । ତାପସୀଙ୍କ ବ୍ୟତିତ ପ୍ରିୟାନ୍ସ, ଅଭିଷେକ ବାନାର୍ଜୀ, ଶେ୍ୱତା ତ୍ରିପାଠୀଙ୍କ ଭଳି ଲୋକପ୍ରିୟ କଳାକାର ରହିଛନ୍ତି । ସିନେମାର ନିର୍ଦ୍ଦେଶନା ଅକରଶ୍ ଖୁରାନା ଦେଇଛନ୍ତି । ସିନେମାଟିକୁ ସମୀକ୍ଷକଙ୍କର ଭଲ ମତାମତ ମଧ୍ୟ ମିଳିଛି । ଏଥିରେ ମହିଳା ଆଥଲେଟ୍ଙ୍କୁ ନେଇ ଅନେକ ତଥ୍ୟ ମଧ୍ୟ ରହିଛି, ଯାହା ସମସ୍ତେ ଜାଣିବାର ଆବଶ୍ୟକତା ରହିଛି । ଏଥିରେ ଜଣେ ମହିଳା ଆଥଲେଟ୍ର ସଂର୍ଘଷକୁ ଚିତ୍ରଣ କରାଯାଇଛି ।
Comments are closed.