ଦିଲ୍ଲୀ: ଅକ୍ଟୋବର ୨: ଦିଲ୍ଲୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତ୍ରୀ ତାଜଦାର ବାବରଙ୍କ ଆଜି ଦେହାନ୍ତ ହୋଇଛି । ସେ ଦିଲ୍ଲୀର ପୂର୍ବତନ ମେୟର ଫରହଦ୍ ସୁରୀଙ୍କର ମାତା ଅଟନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ରହିଥିଲେ । ତାଙ୍କ ବିୟୋଗରେ କଂଗ୍ରେସ ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ତାଙ୍କ ମରଶରୀରରୁ ଅନ୍ତିମ ଦର୍ଶନ ପାଇଁ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪.୩୦ ସମୟ ଯାଏ ପୂର୍ବ ନିଜାମୁଦ୍ଦିନର କମ୍ୟୁନିଟି ବିଲଡିଂରେ ରଖାଯାଇଛି । ଆଜି ସନ୍ଧ୍ୟାରେ ନିଜାମୁଦ୍ଦିନର ପଞ୍ଚ ପିରାନ କବରସ୍ତାନରେ ତାଙ୍କୁ କବର ଦିଆଯିବ ।
ସୂଚନା ଥାଉଯେ, ମିଣ୍ଟୋ ରୋଡ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ତାଜଦାର କାର୍ଯ୍ୟ କରୁଥିଲେ । ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ତାଜଦାର ଦିଲ୍ଲୀ କଂଗ୍ରେସର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ।
ତାଜଦାରଙ୍କ ଗୋଟିଏ ପୁଅ ଓ ଝିଅ ରହିଛନ୍ତି । ପୁଅ ଫରହଦ ୨୦୦୬ରେ ଦିଲ୍ଲୀ ମେୟର ଭାବେ କାର୍ଯ୍ୟ କରିଥିଲେ ।
My condolences to the family and friends of Smt. Tajdar Babar ji.
We remember her commitment towards the people of Delhi and the values of the Congress party. pic.twitter.com/ZHfkBZsb8C
— Rahul Gandhi (@RahulGandhi) October 2, 2021
Comments are closed.