କୋରିଆନ ଷ୍ଟାଇଲରେ ନିଅନ୍ତୁ କେଶର ଯତ୍ନ

ଦକ୍ଷିଣ କୋରିଆକୁ ବିଶ୍ୱର ସୌନ୍ଦର୍ଯ୍ୟ ର ହବ୍ କୁହାଯାଏ I କୋରିଆନ ମାନେ ଚର୍ମ ଓ ବାଳ ର ଯତ୍ନ ନିଆରା ଉପାୟରେ ନେଇଥାନ୍ତି I ତାଙ୍କର ସୌନ୍ଦର୍ଯ୍ୟ ଚର୍ଚାକୁ ଅଧିକାଂଶ ଯୁବକ ଯୁବତୀ ମାନେ ଅନୁସରଣ କରିଥାନ୍ତି I ସେମାନଙ୍କର କେଶ କଳା, ଲମ୍ବା, ମୋଟା ଏବଂ ସିଧା ହୋଇ ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଥାଏ I କୋରିଆନ ମାନଙ୍କ ମହମ ଭଳି ଚିକ୍କଣ ଚର୍ମ ଏବଂ କେଶ ପାଇଁ ଅନେକ ପାଗଳ ହୋଇଥାନ୍ତି I ଯଦି ଆପଣ ମଧ୍ୟ ନିଜ କେଶକୁ କୋରିଆନ୍ ଲୁକ୍ ଦେବାକୁ ଚାହାଁନ୍ତି, ତେବେ କିଛି ବିଶେଷ ପଦ୍ଧତି ଗ୍ରହଣ କରି ଆପଣ ସହଜରେ କୋରିଆନ ମାନଙ୍କ ଭଳି କେଶ ଯତ୍ନ ନେଇ ପାରିବେ I ଆସନ୍ତୁ ଜାଣିବା କୋରିଆନ ମାନଙ୍କର ର କେଶ ଯତ୍ନ ଟିପ୍ସ:

କେଶ ର ମାଲିସ୍

କୋରିଆନ ମାନଙ୍କ ଭଳି କେଶକୁ ଘନ କଳା ବା ସିଧା କରିବା ପାଇଁ ପ୍ରଥମେ କେଶକୁ ସୁସ୍ଥ ରଖିବା ଆବଶ୍ୟକ I ସେଥିପାଇଁ ଆପଣ ପ୍ରଥମେ କେଶ କୁ ମାଲିସ କରନ୍ତୁ I ଏଥିପାଇଁ ଆପଣ ପ୍ରଥମେ କେଶରେ ତେଲ ଲଗାନ୍ତୁ I ତେଲ କୁ ହାତରେ ନ ଲଗାଇ ବ୍ରଶ୍ ସାହାଯ୍ୟରେ ଲଗାଇ ମୁଣ୍ଡକୁ ମାଲିସ୍ କରନ୍ତୁ ଇ ଯାହା ଦ୍ୱାରା କି ମୁଣ୍ଡ ର ଚର୍ମ ରେ ରକ୍ତ ସଂଚାଳନ ପ୍ରକ୍ରିୟା ଉତ୍ତମ ରୂପେ ହୋଇ ପାରିବ I ଏବଂ ଆପଣଙ୍କ କେଶ ଶକ୍ତିଶାଳୀ ହେବାକୁ ଲାଗିବ I

ହେୟାର ପ୍ୟାକ୍ ବ୍ୟବହାର କରନ୍ତୁ

କେଶକୁ ମୁଲାୟମ ଏବଂ ଚକଚକ୍ କରିବା ପାଇଁ ଦୀପ କଣ୍ଡିସନିଙ୍ଗ କରିପାରିବେ I ଏହାକୁ ପ୍ରସ୍ତୁତ କରିବା ପାଇଁ ଅଣ୍ଡା, ନଡିଆ ତେଲ, ଅର୍ଗାନ ତେଲ ଏବଂ ଆପଲ୍ ସାଇଡର୍ ଭିନେଗାର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ I ଏହାକୁ ନରମ ବ୍ରଶ ଦ୍ୱାରା କେଶରେ ଲଗାନ୍ତୁ ଏବଂ ଶୁଖିବା ପରେ ହର୍ବାଲ ସାମ୍ପୁ ରେ କେଶ ଧୋଇ ଦିଅନ୍ତୁ I

ମୁଣ୍ଡ ତ୍ୱଚା ରେ ଲଗାନ୍ତୁ ଘରୋଇ ସ୍କ୍ରବ

କେଶ ତ୍ୱଚା କୁ ଆକର୍ଷକ କରିବାକୁ ଚାହୁଁଥିଲେ , ସପ୍ତାହ କୁ ଥରେ କେଶକୁ ସ୍କ୍ରବ କରିବା ଆବଶ୍ୟକ I ସେଥିପାଇଁ ଆପଣ , ଅଳ୍ପ ମେଥି ଗୁଣ୍ଡ କୁ ନଡ଼ିଆ ତେଲ ରେ ମିଶାଇ ଘଷି ପାରିବେ I ନଡ଼ିଆରେ ତେଲ ବାଦ ଆପଣ ଜଡ଼ା ତେଲକୁ ନଖ ଉଷୁମ କରି କିମ୍ବା ନାଲି ଚା ପତି ପାଣି ରେ ମଧ୍ୟ କେଶ ମୂଳ କୁ ମାଲିସ କରିପାରିବେ I

ଦୁଇ ମୁହଁ କେଶକୁ କାଟନ୍ତୁ I

ପ୍ରଥମେ ହୁଇମୁହାଁ କେଶକୁ କାଟନ୍ତୁ I ଆପଣ ୨ -୩ ବୁନ୍ଦା ତେଲକୁ ପାଣିରେ ମିଶାଇ କେଶକୁ ସ୍ପ୍ରେ କରନ୍ତୁ I ଏଭଳି ଭାବରେ ଆପଣ ସପ୍ତାହ କୁ ଦୁଇ ରୁ ତିନି ଥର କରନ୍ତୁ I

କୋଲ୍ଡ ଡ୍ରାୟର୍ ବ୍ୟବହାର କରନ୍ତୁ
କେଶରେ ଗରମ ଡ୍ରାୟର ବ୍ୟବହାର କରିବା ଦ୍ୱାରା କେଶ ଶୁଷ୍କ ଏବଂ ନିର୍ଜୀଵ ଦେଖାଯାଇଥାଏ I ଯେଉଁଥିପାଇଁ ଅଧିକାଂଶ କୋରିଆନ ବାସୀ ଶୀତଳ ଏବଂ ପ୍ରାକୃତିକ ଉପାୟରେ କେଶକୁ ଶୁଖାଇ ଥାନ୍ତି I କେଶ ଓଦା ରହିଲେ ,ଝାଡିବାର ଆଶଙ୍କା ଅଧିକ ରହିଥାଏ I ସେଥିପାଇଁ କୋରିଆମାନେ କେବଳ କେଶ ଶୁଖିବା ପରେ ଶୋଇବାକୁ ଯାଆନ୍ତି I ମୁଣ୍ଡ ଓଦା ଥିବାବେଳେ ଆପଣ ଅତି ଜୋର ରେ କେଶ ମୂଳକୁ ରଗଡ଼ିବେ ନାହିଁ I ଏଥିରେ କେଶ ମୂଳ ଦୁର୍ବଳ ହୋଇ ଅଧିକ କେଶ ଝଡିଥାଏ ଇ ସର୍ବଦା ମୁଣ୍ଡ ଧୋଇ ସାରିବା ପରେ ନାଲି ଚା ପାଣିରେ ଅଳ୍ପ ଭିନେଗାର ମିଶାଇ କେଶ ରେ ମାଲିସ କରନ୍ତୁ କେଶ ଚକ ଚକ କରିବ I

Comments are closed.