କାବୁଲ : ସେପ୍ଟେମ୍ବର ୨୭: ତାଲିବାନ ଧୀରେ ଧୀରେ ସରିୟା ନିମୟ ଆଫଗାନିସ୍ଥାନବାସୀଙ୍କ ଉପରେ ଚଲାଉଥିବା ଦେଖାଯାଉଛି । ନିକଟରେ ତାଲିବାନ ଆଫଗାନର ନାପିତଙ୍କୁ ଏକ ଫରମାନ୍ ଶୁଣାଇଛି । ଫରମାନ୍ ଅନୁସାରେ, ଆଫଗାନର କୌଣସି ପୁରୁଷ ନିଜ କେଶ କାଟିପାରିବେ ନାହିଁ କି ଦାଢ଼ି ଖିଅର ହୋଇପାରିବେ ନାହିଁ । ଯଦି ଏହି ଆଦେଶକୁ କିଏ ଅମାନ୍ୟ କରେ, ତେବେ ତାକୁ ଦଣ୍ଡ ଦିଆଯିବ । ଏନେଇ ହେଲମନ୍ଦ ଅଞ୍ଚଳ ଏବଂ କାବୁଲରେ ଏକ ନାପିତ ସଭା ମଧ୍ୟ ଡ଼କାଯାଇଛି । ସଭାରେ ଏହି ଆଦେଶାଦେଶକୁ ସମସ୍ତଙ୍କ ସାମ୍ନାରେ ପାଠ କରାଯାଇଛି ।
ଅନ୍ୟପକ୍ଷରେ, ତାଲିବାନ ସରକାର ଗଠନ ସହ ସରିୟା ନିୟମ ଲାଗୁ ହେବା ପରେ ସେଠିକାର ସେଲୁନ୍ ଓ ପାର୍ଲର ଆଗରେ କଡା ନିୟମ ଲେଖାଥିବା ପୋଷ୍ଟର ଲଗାଯାଇଛି । ଏକ ରିପୋର୍ଟ ମୁତାବକ, କୌଣସି ଲୋକ ଦାଢି ଓ କେଶ କାଟି ପାରିବେ ନାହିଁ । ଏହାସହିତ ସେଲୁନ୍ କିମ୍ବା ପାର୍ଲର ଭିତରେ କୌଣସି ପ୍ରକାର ମୁ୍ୟଜିକ ଲାଗିବ ନାହିଁ । ଏସବୁ ଇସ୍ଲାମ ନିୟମର ଉଂଲଘନ କରୁଛି । ଏଣୁ ଏହି ନିୟମକୁ ନମାନିଲେ କଠୋର ଦଣ୍ଡ ଦିଆଯିବ ବୋଲି ତାଲିବାନ ନାପିତଙ୍କୁ ଧମକ ଦେଇଛି ।
ତେବେ ଅନ୍ୟ ଏକ ରିପୋର୍ଟ ଅନୁସାରେ, ଆଫଗାନିସ୍ଥାନରେ ୧୯୯୬ ରୁ ୨୦୦୧ ମସିହା ମଧ୍ୟରେ ତାଲିବାନ ସରକାର ଥିବାବେଳେ ଏପରି କଠୋର ନିୟମ ପ୍ରଚଳିତ ହେଉଥିଲା । ସେ ସମୟରେ ପୁରୁଷମାନେ ଦାଢି ଓ କେଶ ବଢାଇବାକୁ ବାଧ୍ୟ ହେଉଥିଲେ । ହେଲେ ୨୦୦୧ ପରେ ତାଲିବାନ ସରକାରର ଅନ୍ତ ଘଟିବା ପରେ ପୁରୁଷମାନେ କି୍ଲନ୍ ସେଭ୍ ସହିତ ଷ୍ଟାଇଲିସ୍ ହେୟାର ଷ୍ଟାଇଲ ଟ୍ରେଣ୍ଡ ଆପଣେଇ ନେଇଥିଲେ ।
Comments are closed.