ମୁମ୍ବାଇ: ତନୁଶ୍ରୀ ପୁଣି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହାକୁ ନେଇ ବଲିଉଡ୍ରେ ହଲଚଲ୍ ସୃଷ୍ଟି ହୋଇଛି । ଇନଷ୍ଟାଗ୍ରାମରେ ଏକ ଦୀର୍ଘ ପୋଷ୍ଟ ସେୟାର କରି ସେ ନିଜ ଦୁଃଖ ବୟାନ କରିଛନ୍ତି । ଆସିକ୍ ବନାୟା ଆପ୍ନେର ଅଭିନେତ୍ରୀ ଆଜି ସକାଳୁ ସକାଳୁ ଏକ ପୋଷ୍ଟ ସେୟାର କରି ନାନା ପାଟେକର ଓ ବଲିଉଡ୍ ମାଫିଆ ତାଙ୍କୁ ହଇରାଣ କରୁଛନ୍ତି ବୋଲି ଲେଖିଛନ୍ତି ।
ଏହା ସହିତ ଇଣ୍ଡଷ୍ଟ୍ରୀର କିଛି ଲୋକ ଓ କିଛି ମିଡିଆ ତାଙ୍କ ଉପରେ ଫେକ୍ ନ୍ୟୁଜ୍ ପରିବେଷଣ କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି । କିଛି ଲୋକ ତାଙ୍କୁ ଟାର୍ଗେଟ୍ କରୁଛନ୍ତି ଯାହାକୁ ନେଇ ସେ ଚିନ୍ତିତ ଓ ଭୟଭୀତ ହୋଇ ରହିଛନ୍ତି । ସେ ଆଗକୁ କହିଛନ୍ତି ଯଦି ତାଙ୍କର କିଛି ବି ହୋଇଯାଏ ତେବେ ଏଥିପାଇଁ କେବଳ ନାନା ପାଟେକର ଓ ବଲିଉଡ୍ ମାଫିଆ ଦାୟୀ ରହିବେ ।
ନିଜର ଏକ ଫଟୋ ସହ ଏହି ମେସେଜ୍ ସେୟାର କରି ଲେଖିଛନ୍ତି, ଯଦି ମୋତେ କିଛି ବି ହୋଇଯିବ ତେବେ ଏଥପାଇଁ ଦୋଷୀ ରହିବେ ନାନା ପାଟେକର, ତାଙ୍କ ଓକିଲ, ସହଯୋଗୀ ଓ ତାଙ୍କ ବଲିଉଡ୍ ମାଫିଆ ବନ୍ଧୁ । ଏହି ତାଲିକାରେ ସେହିମାନେ ରହିବେ ଯେଉଁମାନଙ୍କ ନାମ ଏସଏସଆର୍ଙ୍କ ମୃତୁ୍ୟ ମାମଲାରେ ବାରମ୍ବାର ସାମ୍ନାକୁ ଆସିଛି । ନାନା ପାଟେକରଙ୍କ ଫିଲ୍ମ ନ ଦେଖିବା ପାଇଁ ଓ ତାଙ୍କୁ ସଂପୂର୍ଣ୍ଣ ଭାବରେ ବହିଷ୍କାର କରିବା ପାଇଁ ସେ ଏହିି ପୋଷ୍ଟରେ ଲେଖିଛନ୍ତି ।
ସେ ନିଜର ସମସ୍ତ କ୍ରୋଧ ନାନାଙ୍କ ଉପରେ ଅଜାଡି ଦେଇ ଲେଖିଛନ୍ତି ତାଙ୍କ ଜୀବନ ନର୍କ ପାଲଟିଯାଉ । ଆଇନ କାନୁନ ମୋତେ ନ୍ୟାୟ ଦେଇନାହିଁ ସତ କିନ୍ତୁ ଦେଶବାସୀ ମୋତେ ନ୍ୟାୟ ଦେବେ ବୋଲି ମୁଁ ଆଶା ରଖିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ୨୦୧୮ରେ ତନୁଶ୍ରୀ ନାନା ପାଟେକରଙ୍କ ଉପରେ ମି ଠୁ ଅଭିଯୋଗ ଲଗାଇଥିଲେ ।
Comments are closed.