ଏୟାର ଇଣ୍ଡିଆର ମାଲିକ ହେଲା ଟାଟାଗ୍ରୁପ୍‌

ଦିଲ୍ଲୀ: ଅକ୍‌ଟୋବର ୧ : ୬୮ ବର୍ଷ ପରେ ଏୟାର ଇଣ୍ଡିଆ ପୁଣି ଥରେ ଟାଟା କମ୍ପାନୀ ପାଖକୁ ଫେରିଛି । ଏୟାର ଇଣ୍ଡିଆର ନୂଆ ମାଲିକ ହୋଇଛି ଟାଟା ଗୁପ୍‌ । ନିଲାମ ଜିତିଛି ଟାଟା ସନ୍ସ । ଏବେ ଏୟାର ଇଣ୍ଡିଆ ସେବା ସରକାରୀରୁ ଘରୋଇ ହୋଇଛି । ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍‌ ଓ ସ୍ପାଇସ ଜେଟ ନିଲାମ ଡାକିଥିଲେ । ଆଉ ଏଥିରେ ଟାଟା ଗ୍ରୁପକୁ ମଞ୍ଜୁରୀ ମିଳିଛି ।
ସୂଚନା ଥାଉଯେ, ୧୯୩୨ ମସିହାରେରେ ଜେଆରଡି ଟାଟା ‘ଟାଟା ଏୟାରଲାଇନ୍ସ’ର ସ୍ଥାପନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିମାନ ସେବାକୁ ବନ୍ଦ କରି ଦିଆଯାଇଥିଲା । ପରେ ପୁଣି ବିମାନ ସେବା ସ୍ୱାଭାବିକ କରାଗଲା । ସେତେବେଳେ ୨୯ ଜୁଲାଇ ୧୯୪୬ରେ ଟାଟା ଏୟାରଲାଇନ୍ସର ନାମକୁ ପରିବର୍ତନ କରି ଏୟାର ଇଣ୍ଡିଆ ଲିମିଟେଡ୍‌ ରଖାଯାଇଥିଲା । ଦେଶ ସ୍ୱାଧୀନ ହେବା ପରେ ଏୟାର ଇଣ୍ଡିଆର ୪୯ ପ୍ରତିଶତ ଅଂଶଧନ ସରକାର ନିଜ ଅଧିକୁ ନେଇଥିଲେ । ୧୯୫୩ରେ ଏହାର ରାଷ୍ଟ୍ରିୟକରଣ କରାଯାଇଥିଲା । ତେବେ କେନ୍ଦ୍ର ସରକାର ଗତ ବର୍ଷ ଜାନୁଆରୀରୁ ପୁଣି ଥରେ ଏୟାର ଇଣ୍ଡିଆରୁ ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ ।

Comments are closed.