ବଲାଙ୍ଗିର/ଭବାନୀପାଟଣା: ଅକ୍ଟୋବର ୨୧: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ପରେ ପୋତି ଦିଆଯାଇଥିବା ସ୍ଥାନରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସପି ଗୁରୁବାର ପୂର୍ବାହ୍ନରେ ପହଞ୍ଚି ଛନ୍ତି । ଫରେନସିକ ଓ ସାଇନଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗାତରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଉଛି । ମେଟାଲ ଡ଼ିଟେକ୍ଟର ସାହାଯ୍ୟରେ ମୋବାଇଲ ଖୋଜୁଥିବା ବେଳେ ଆଉ କିଛି ରହସ୍ୟ ଉନ୍ମୋଚନ ଦେଇ ଅନୁସନ୍ଧାନ ଚଳାଇଛନ୍ତି । ଆଉ କିଛି ଲୁଚାଯାଇଥିବା ସନ୍ଦେହ କରୁଛି ପୁଲିସ । ଆହୁରି ଗାତ ଖୋଳିବାକୁ ଡକାଯାଇଛି । ତେଣୁ ଗାତ ଖୋଳିବା ପରେ ଆଉ କଣ ଏଥିରେ ଲୁଚାଯାଇଛି ତାହା ସ୍ପଷ୍ଟ ହେବ । ଅଭିଯୁକ୍ତ ଗୋବିନ୍ଦଙ୍କୁ ଗିରଫ ପରେ ୫ ଦିନିଆ ରିମାଣ୍ଡରେ ବଲାଙ୍ଗିର ପୁଲିସ ତେଣୁ ଏହି ସମୟ ମଧ୍ୟରେ ଗୋବିନ୍ଦଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି । ଖାସକରି ମମିତାଙ୍କର ଯେଉଁ ମୋବାଇଲ ଗାଏବ ଅଛି, ତାହାକୁ ପୋଲିସ ଖୋଜୁଥିବା କୁହାଯାଉଛି । କାରଣ ଏହି ଗାତ ଭିତରୁ ମମିତାଙ୍କର ପାଉଁଜି ଓ ସୁନା ଚେନ ମିଳିଥିବା ବେଳେ ମୋବାଇଲ ଏଯାଏଁ ମିଳିପାରିନାହିଁ । ଆଉ ଏହି ମୋବାଇଲରେ ପ୍ରମାଣ ରହିଥିବା କୁହାଯାଉଛି । ଏଥିପାଇଁ ପୁଲିସ ଫୋକସରେ ଏବେ ମୋବାଇଲ । ଅନ୍ୟପଟେ ମୃତଦେହକୁ କିଭଳି ଗାତ ଖୋଳି ପୋତାଗଲା, ତାହାର ପୂରା ସିନ୍ ରିକ୍ରିଏସନ କରିବାକୁ ଗୋବିନ୍ଦ ସାହୁଙ୍କ ପୁଲିସ ଷ୍ଟାଡିୟମକୁ ଆଣିପାରେ ବୋଲି କୁହାଯାଉଛି । କି;ୁ ଆଜିି ବଲାଙ୍ଗିର ଜିଲ୍ଲା ବନ୍ଦ ପାଳନ ହେଉଥିବାରୁ ଗୋବିନ୍ଦଙ୍କୁ ଘଟଣାସ୍ଥଳକୁ ଅଣାଯିବ କି ନା, ସେଥଇନେଇ କିଛି ସୂଚନା ମିଳିନାହିଁ । ଏଣେ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
Comments are closed.