ରାଜକୋଟରେ ରୋହିତ ରାଜ,ଦିତୀୟ ଟି-୨୦ରେ ଭାରତର ଦମଦାର ବିଜୟ

ସମୟଲାଇଭ,୮/୧୧: ଭାରତ ବାଙ୍ଗଲାଦେଶ ମଧ୍ୟରେ ଚାଲିଥିବା ଦିତୀୟ ଟି-୨୦ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି ୲ ଆଜିର ମ୍ୟାଚରେ ଭାରତ ଟସ ଜିତି ଫିଲ୍ଡିଂ ନିଷ୍ପତି ନେଇଥିଲା ୲ ଅତି ସତର୍କତାର ସହ ବୋଲିଂ କରି ବଙ୍ଗଳାଦେଶକୁ ବଡ଼ ସଟ ମାରିବାକୁ ସୁଯୋଗ ଦେଇନଥିଲା ୲ନିର୍ଧାରିତ 20ଓଭରରେ ବଙ୍ଗଲାଦେଶ 6 ଵିକ୍କେଟ ହରାଇ ୧୫୩ ରନ କରିବାକୁ ସମର୍ଥ ହେଇଥିଲା ୲ ଜବାବରେ ୧୫୪ ରନର ବିଜୟଲକ୍ଷ ନେଇ ପଡିଆକୁ ଓହ୍ଲାଇଥିଲା ରୋହିତ ବାହିନୀ ୲ ଦଳର କ୍ୟାପଟେନ ତଥା ଓପନର ରୋହିତ ଶର୍ମା ଆରମ୍ଭରୁ ଅତି ଆକ୍ରମଣାତ୍ମକ ଭାଵେ ଖେଳିଥିଲେ ୲ ମାତ୍ର ୪୩ ବଲରୁ ୮୫ ରନରବିସ୍ପୋରକ ଇଂନିସ ଖେଳିଥିଲେ ରୋହିତ ୲ ଆଉଦଳକୁ ପ୍ରଥମ ବିଜୟର ସ୍ଵାଦ ଦେଇଥିଲେ ୲ ଅନ୍ୟ ଓପନର ଶିଖର ଧାବନଙ୍କ ସହ ମିଶି  ରୋହିତ ଶତକୀୟ ପାରି ମଧ୍ୟ ଖେଳିଥିଲେ ୲ ଶିଖର 31ରନ କରି ଆଉଟ ହେଇଥିଲା ବେଳେ ରୋହିତ ମାତ୍ର 15 ରନ ପାଇଁ ନିଜ ଶତକରୁ ବଞ୍ଚିତ ହେଇଥିଲେ ୲ 8 ଵିକ୍କେଟରେ ଇଣ୍ଡିଆ ଏହି ମ୍ୟାଚକୁ ଜିତିନେଇଛି ୲ ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦୁଇଟି ମ୍ୟାଚ ଖେଳ ସରିଥିବାବେଳେ ଦୁହେଁ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସିରିଜ ବରାବରରେ ଅଛନ୍ତି ୲ ଶେଷମ୍ୟାଚ ଯିଏ ଜିତିବ ସେ ସିରିଜ ଜିତିବା ନିଶ୍ଚିତ ହେଇଯାଇଛି ୲

Comments are closed.