ଭିଜିଲାନ୍ସ ଜାଲରେ ତହସିଲଦାର

ବାଲେଶ୍ୱର : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଭୁବନେଶ୍ୱରରେ ୩ଟି ଏବଂ ବାଲେଶ୍ୱରରେ ୪ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ଭୁବନେଶ୍ବର ଶୈଳଶ୍ରୀ ବିହାରସ୍ଥିତ, ରୁଦ୍ରପୁରସ୍ଥିତ ଫ୍ଲାଟ, ଡୁମୁଡୁମା ସ୍ଥିତ ଘର ଏବଂ ବାଲେଶ୍ବର କୁରୁଡାସ୍ଥିତ ଘର ସମେତ ସୋର ସ୍ଥିତ ପୈତୃକ ଘର ଏବଂ ବାଲେଶ୍ବର ରେମୁଣାସ୍ଥିତ ଅଫିସ ଚାମ୍ବର,ବାସଭବନରେ ଚଢାଉ ଜାରି ରହିଛି। ଚଢାଉରେ ୬ ଜଣ ଡିଏସ୍ପି, ୩ ଜଣ ଇନସ୍ପେକ୍ଟର, ୧୦ ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ ଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମସ୍ତ ସମ୍ପତ୍ତିର ଆକଳନ କରାଯାଇପାରି ନାହିଁ I

Har Ghar Tiranga