ତେଲଙ୍ଗନାର ଏକ କବାଡ଼ି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଜୀବନ୍ତ ଜଳିଗଲେ , ମୃତକଙ୍କ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା

ହାଇଦ୍ରାବାଦ: ମାର୍ଚ୍ଚ ୨୩: ତେଲଙ୍ଗନାର ସେକୁନ୍ଦରାବାଦ୍‌ଠାରେ ଥିବା ଏକ କବାଡ଼ି ଗୋଦାମରେ ଭୋର ୪ଟା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୧ ଜଣ ଜୀବନ୍ତ ଜଳିଯାଇଥିଲା ବେଳେ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ତେଲଙ୍ଗନାର ଏକ କବାଡ଼ି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଜୀବନ୍ତ ଜଳିଗଲେ , ମୃତକଙ୍କ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ନିଆଁ ଏତେ ଭୟଙ୍କର ଥିଲା ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି ।
ତେଲଙ୍ଗନାର ଏକ କବାଡ଼ି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଜୀବନ୍ତ ଜଳିଗଲେ , ମୃତକଙ୍କ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଗ୍ନିକାଣ୍ଡରେ ଜଳିଯାଇଥିବା ସମସ୍ତ ଶ୍ରମିକଙ୍କ ଘର ବିହାର ବୋଲି ଜଣାପଡିଛି । ସର୍ଟ ସର୍କିଟ ଯୋଗୁଁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।
ତେଲଙ୍ଗନାର ଏକ କବାଡ଼ି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଜୀବନ୍ତ ଜଳିଗଲେ , ମୃତକଙ୍କ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା

ରାଜ୍ୟ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ମୃତଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ସହାୟକ ରାଶି ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ, ରାଜ୍ୟର ମୁଖ୍ୟ ସଚିବ ସୋମେସ କୁମାର ଶବକୁ ବିହାର ପାଠାଇବା ପାଇଁ ବନ୍ଦୋବସ୍ତ କରୁଛନ୍ତି । ପ୍ରଶାସନ ପକ୍ଷରୁ ଏହି ଘଟଣା ଯାଞ୍ଚ କରାଯାଉଛି ।

Comments are closed.