ପଶ୍ଚିମରେ ଅସହ୍ୟ ତାତି, ୭ ସ୍ଥାନରେ ୪୦ ଡିଗ୍ରୀ ଉପରେ ପାରଦ

ବଲାଙ୍ଗିର : ଏପ୍ରିଲ ୦୬: ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଜାରି ରହିଛି । ସୋମବାର ୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ପାଖାପାଖି ତାପମାତ୍ରା ରହିଥିଲା ବେଳେ ଗତକାଲି ଓ ଆଜି ୪୦ ଡିଗ୍ରୀ ଉପରକୁ ପାରେଦ ରହିଛି । ବଲାଙ୍ଗିରରେ ସର୍ବାଧିକ ୪୨.୬ ଓ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଝାରସୁଗୁଡ଼ା ୪୦.୮, ସମ୍ବଲପୁର ୪୦.୧, ସୁନ୍ଦରଗଡ଼ ୪୦.୫, ଭବାନୀପାଟଣା ୪୦.୬ ଓ ସୁବର୍ଣ୍ଣପୁରରେ ୪୦.୬ ଡିଗ୍ରୀ ପାରଦ ରହିଥିଲା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବନି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏହାସହିତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୨/୩ ଡିଗ୍ରୀ ଉପରେ ରହିବ ଅନୁମାନ କରାଯାଇଛି । ଅନ୍ୟପକ୍ଷରେ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ନେଇ ଏବେଠୁ କିଛି କହିହେବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ବିଭିନ୍ନ ମଡେଲ ଭିନ୍ନ ଭିନ୍ନ କଥା କହୁଥିବାବେଳେ ଯଦି ଲଘୁଚାପ ଘନୀଭୂତ ହୁଏ ତେବେ ୯ରେ ଏହା ଅବପାତ ଓ ୧୧ରେ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

Comments are closed.