ବିଶ୍ୱର ସବୁଠୁ ଲମ୍ବା କାର

ଆମେରିକା: ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ରହିଛି, ଯାହା ବିଷୟରେ ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହିପରି ଜିନିଷ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ସେହିକ୍ରମରେ ଆମେରିକାରେ ଦୁନିଆର ସବୁଠାରୁ ଲମ୍ବା କାର ରହିଛି । ‘ଦ ଆମେରିକନ ଡ୍ରିମ୍‌’ ନାମରେ ଜଣାଶୁଣା ଏହି ଲିମୋଜାଇନ୍‌ କାର୍‌ ଦୁନିଆର ସବୁଠାରୁ ଲମ୍ବା କାର ହେବାର ରେକର୍ଡ କରିଛି । ଏହି କାରଟି ୧୯୮୬ ମସିହାରେ ଗିନିଜ୍‌ ୱାର୍ଲï ରେକର୍ଡ କରିଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କାରର ଲମ୍ବା ୧୦୦ ଫୁଟ୍‌ ଅର୍ଥାତ ପ୍ରାୟ ୧୦ ମହଲା କୋଠା ସହିତ ସମାନ ।
 ବିଶ୍ୱର ସବୁଠୁ ଲମ୍ବା କାର
ଏହାକୁ କୌଣସି କମ୍ପାନୀ ଦ୍ୱାରା ଡିଜାଇନ୍‌ କରାଯାଇନାହିଁ । ଫିଲ୍ମର ଲୋକପ୍ରିୟ ଗାଡ଼ି ଡିଜାଇନର୍‌ ଜେ ଓହରବର୍ଗଙ୍କ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଥିଲା । ୧୦୦ ଫୁଟ ଲମ୍ବା ଲେମୋଜିନରେ ୨୬ଟି ଟାୟାର ରହିଛି ଏବଂ ଉଭୟ ପାଶ୍ୱର୍ରୁ ଏହାକୁ ଚଲାଯାଇପାରିବ । ଏହା ୧୯୭୬ର କ୍ୟାଡିଲାକ୍‌ ଏଲଡୋରାଡୋ ଲିମୋଜାଇନ୍‌ ଉପରେ ଆଧାରିତ ଥିଲା । ଡିଜାଇନର୍‌ ଜେ ଏହି କାରକୁ ୧୯୮୦ ଦଶକରେ ନିର୍ମାଣ କରିଥିଲେ । କାରର ଆଗ ଏବଂ ପଛ ଭାଗରେ ୮ ଟି ଇଞ୍ଜିନ୍‌ ରହିଛି । କେବଳ ଏତିକି ନୁହେଁ, କାର ମଧ୍ୟଭାଗରୁ ବୁଲିପାରେ ।
 ବିଶ୍ୱର ସବୁଠୁ ଲମ୍ବା କାର
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କାରରେ ଏକ ସୁଇମିଂ ପୁଲ୍‌, ଜକୁଜି, ବାଥ୍‌ ଟବ୍‌, ଛୋଟ ଗଲ® କୋର୍ସ, ବହୁ ଟିଭି, ଫ୍ରିଜ୍‌ ଏବଂ ଟେଲିଫୋନ୍‌ ରହିଛି । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ହେଲିପ୍ୟାଡ୍‌ ମଧ୍ୟ ରହିଛି, ଯେଉଁଥିରେ ହେଲିକପଫର ଅବତରଣ କରିପାରିବ । କାର୍‌ରେ ୭୦ ଜଣ ଏକାସଙ୍ଗରେ ବସିପାରନ୍ତି । କାରକୁ ଚଳଚ୍ଚିତ୍ରରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ତିଆରି କରାଯାଇଥିଲା ।
limousine_helipad
ଏହା ଘଣ୍ଟା ପ୍ରତି ୧୪ ହଜାର ଟଙ୍କା ମୂଲ୍ୟରେ ଭଡ଼ା ଦିଆଯାଉଥିଲା, କି;ୁ ଧୀରେଧୀରେ କାରର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ କମିଗଲା । ଏଥିସହ କାରଟି ଏକ ବଡ଼ ପାର୍କିଂ ସ୍ଥାନ ଆବଶ୍ୟକ କରୁଥିଲା ଏବଂ ଚଳଚ୍ଚିତ୍ରରେ ଏହିପରି କାରଗୁଡିକର ଚାହିଦା ମଧ୍ୟ ହ ୍ରାସ ପାଇଲା, ତେଣୁ ଏହାକୁ ଆଉ ବ୍ୟବହାର କରାଯାଉନଥିଲା । ହେଲେ ଏବେ ଏକ କାର ମୁ୍ୟଜିଅମରେ ଖରାପ ହୋଇଥିବା ପଡ଼ିରହିଥିବା ଏହି ସ୍ୱତନ୍ତ୍ର କାର୍‌କୁ ଜଣେ କିଣିଛନ୍ତି ଏବଂ ବର୍ତ୍ତମାନ ସେ କାର୍‌ ମରାମତି କରିବା ଆରମ୍ଭ କରିଛନ୍ତି । ଖୁବଶୀଘ୍ର ଦ ଆମେରିକନ ଡ୍ରିମ ପୁଣି ଥରେ ଆମେରିକାର ରାସ୍ତାରେ ନିଜ ଜଲୱା ଦେଖାଇବା ପାଇଁ ପ୍ରସ୍ତୁତ ହେଉଛି ।

Comments are closed.