ଜମନକିରା : ରାଜ୍ୟରେ ପୁଣି ଆଉ ଏକ ହାତୀର ଦୁର୍ଘଟଣାରେ ଗୁରୁତର ହୋଇଛି । ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଭୋଜପୂର ବାନଞ୍ଚଳ ସୀମାନ୍ତବର୍ତ୍ତୀ ବଂଜାରି ଗ୍ରାମ ନିକଟସ୍ଥ ୪୮ ନମ୍ବର ଜାତୀୟ ରାଜପଥରେ ରାସ୍ତା ପାରି କରୁଥିବା ଏହି ଦୁର୍ଘଟଣାଟି ଘଟିଥିଲା । ୨୩ ଜଣ ହାତୀପଲ ରାସ୍ତା ପାର୍୍ କରୁଥିବା ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ଗୋଟିଏ ମାଈ ହାତୀକୁ ଧMା ଦେଇଥିଳା । ଫଳରେ ହାତୀ ଗୋଡ଼ରେ ଗୁରୁତର ଆଘାତ ଲାଗି ଚାଲି ନ ପାରି ହାତୀଟି ପଡିଯାଇଲା ।
ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା ଜମନକିରାରେ କ୍ୟାମ୍ପ କରି ରହିଥିବା ରାସ୍ତା ନିର୍ମାଣକାରି ସଂସ୍ଥା ପୁଞ୍ଚଲୟେଡ଼ (ଡିଭି) କନଷି୍ରକସନର ଏକ ପିକ ଅପ ଭ୍ୟାନ (ସିଜି ୧୨ ଏ ଆର ୪୦୫୮) କୁ ବନବିଭାଗ ଜବତ କରିବା ସହ ଚାଳକକୁ ଅଟକ ରଖିଛି । ଅସୁସ୍ଥ ହାତୀ ଦେବଗଡ଼ ବନଖଣ୍ଡ ସୀମାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ବାମରା ବନ୍ୟପ୍ରାଣୀ ଡିଭିଜନ ଜମନକିରା ସେକ୍ସନ ଟିକଲିପଡା ବିଟ ଅନ୍ତର୍ଗତ ବଳଦିଆ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହିଛି । ଜମନକିରା ବନ କର୍ମଚାରୀ ମାନେ ଜଗି ରହିଛନ୍ତି । ସେହିପରି ଚିକିତ୍ସା ପାଇଁ ରାଉରକେଲାରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ବଳଦିଆ ଗ୍ରାମ ଅଭିମୁଖେ ବାହାରିଥିବା ବେଳେ ଦେବଗଡ଼ ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ ଏବଂ ବାମରା ଡି ଏଫ ଓ ଫାଲଗୁନି ସାରଥୀ ମଲ୍ଲିକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
Comments are closed.