ଓଡ଼ିଆ ପରମ୍ପରାରେ ପଣାସଂକ୍ରାନ୍ତିର ମହତ୍ତ୍ୱ

ଉତ୍କଳ ହେଉଛି ବିବିଧ ଓଷା, ବ୍ରତ, ପର୍ବପର୍ବାଣିମାନଙ୍କର ଏକ ବିଚିତ୍ରଲମ୍ବମାନ ବର୍ଣ୍ଣାଢ୍ୟ ଶୋଭାଯାତ୍ରା । ଆମ ପୂର୍ବପୁରୁଷମାନେ ଜଳବାୟୁର ପରିବର୍ତ୍ତନକୁ ଲକ୍ଷ୍ୟ କରି ସେହି ଅନୁସାରେ ଖଞ୍ଜିଦେଇଛନ୍ତି ବିଭିନ୍ନ ପରମ୍ପରା। ଆମର ବାରମାସ ବାରଟି ରାଶିରେ ଅଭିହିତ ହୋଇଛନ୍ତି । ସୂର୍ଯ୍ୟ ଗୋଟିଏ ରାଶି ତ୍ୟାଗ କରି ଯେଉଁଦିନ ଅନ୍ୟ ଏକ ରାଶିକୁ ଗମନ କରନ୍ତି ତାକୁ ମାସର ପ୍ରଥମ ଦିନ ବା ସଂକ୍ରାନ୍ତି ବୋଲି କୁହାଯାଏ । ସୂର୍ଯ୍ୟବର୍ଷକମଧ୍ୟରେ ଦୁଇଥର ଅର୍ଥାତ୍‌ ମେଷସଂକ୍ରାନ୍ତି ଓ ତୁଳାସଂକ୍ରାନ୍ତି ଦିନ ବିଷୁବ ରେଖା ଉପରେ ରହୁଥିବାରୁ ବୈଶାଖମାସର ପ୍ରଥମ ଦିନକୁ ବିଷୁବ ସଂକ୍ରାନ୍ତି ନାମରେ ବିବେଚନା କରାଯାଏ । ବିଷୁବସଂକ୍ରାନ୍ତି ଓଡିଶାରେ ନୂଆ ବର୍ଷଭାବରେ ମଧ୍ୟ ପାଳନ କରାଯାଏ । ବିଷୁବ ସଂକ୍ରାନ୍ତି ସୋðରବର୍ଷର ପ୍ରଥମ ଦିବସ ହୋଇଥିବାରୁ ଏହାକୁବିପୁଳ ଶ୍ରଦ୍ଧା ଓ ଉସିାହ, ଉଦ୍ଦୀପନା ସହକାରେ ପାଳନ କରାଯାଇଥାଏ । ଏହିଦିନ ଓଡିଆ ପରିବାର ତଥା ଦେବଦେବୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜା, ଭୋଗ ଓ ହୋମ ଇତ୍ୟାଦି କରାଯାଇଥାଏ । ଉକ୍ତ ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଯେଉଁ ଦାନ ଦିଆଯାଏ ତାହାକୁ ସୂର୍ଯ୍ୟ ଦାତାକୁ ପୁନଃ ଅର୍ପଣ କରିଥାନ୍ତି ବୋଲି ବିଶ୍ୱାସରହିଛି । ଏହି ଦିନ ବିଭିନ୍ନ ଦେବଦେବୀମନ୍ଦିର ତଥା ଘରେ ବେଲ, ଦହି, ଛେନା, କଦଳୀ, ଗୁଡ ଇତ୍ୟାଦିରେ ପଣା ପ୍ରସ୍ତୁତ କରାଯାଇ ଭୋଗ ଲଗାଯିବା ସହିତ ସମସ୍ତଙ୍କୁ ବିତରଣ କରାଯାଏ । ଏହି ବିଷୁବ ସଂକ୍ରାନ୍ତିଠାରୁ ବୈଶାଖମାସ ସାରା ତୁଳସୀ ଧାତ୍ରୀ, ଅଶ୍ୱ‹, ବରଗଛ ମୂଳରେ ଓ ଦେବଦେବୀ ମନ୍ଦିରରେ ଠାକୁର ଠାକୁରାଣୀଙ୍କ ଉପରେ ଜଳଧାରା ଦିଆଯାଏ । ଚଉରାରେ ଥିିବା ତୁଳସୀବୃକ୍ଷଉପରେ ଜଳଧାରା ନିମିତ ପ୍ରସ୍ତୁତ ହୋଇଥିବା କଳସୀ ବା ଠେକିକୁ ଚନ୍ଦନ, ସିନ୍ଦୁରରେ ଚିତ୍ରିତ କରାଯାଇ ତାର ନିମ୍ନଭାଗରେ ଏକ କ୍ଷୁଦ୍ର ଛିଦ୍ର କରାଯାଇଥାଏ । ଯେଉ ଛିଦ୍ର ଦେଇ ବୃକ୍ଷ ଉପରେ ପଣା ବା ଜଳ ପଡିଥାଏ । ପଣାସଂକ୍ରାନ୍ତିରେ ହନୁମାନଙ୍କ ଜୟନ୍ତୀ ମଧ୍ୟ ଉସିାହର ସହିତ ପାଳନ କରାଯାଏ । ସେହିଭଳି ବିଷୁବସଂକ୍ରାନ୍ତି ସହ ଲୋକ ପ୍ରିୟ ସାଂସ୍କୃତିକ ଉସିବ ପାଟୁଆ ଯାତ୍ରାର ସମ୍ପର୍କ ବେଶ୍‌ ନିବିଡ଼ ଓ ବହୁ ପ୍ରାଚୀନ । ଏହି ଯାତ୍ରା ଓଡ଼ିଶାର ଶାକ୍ତ ଉପାସନା, ତନ୍ତ୍ର ସାଧନା ଓ ଶୈବ ପରମ୍ପରାକୁ ଉଜ୍ଜୀବିତ କରିରଖିଛି ବୋଲି କୁହାଯାଏ । ତେଣୁ ବିଭିନ୍ନ ଶକ୍ତିପୀଠମାନଙ୍କରେ ପାଟୁଆ ଯାତ୍ରା ବେଶ୍‌ ନିଷ୍ଠା, ଭକ୍ତି ଓ ଉସିାହସହକାରେ ପାଳନ କରାଯାଏ । ପାଟୁଆ ଯାତ୍ରା ଚୈତ୍ରମାସର ବିଭିନ୍ନ ତିଥିରେ ଆରମ୍ଭ ହୋଇଥିଲେ ମଧ୍ୟ ସବୁଠାରେ ବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ଦିନ ଏହି ଯାତ୍ରାର ପରିସମାପ୍ତି ଘଟେ ।

ଓଡିଆ ନବବର୍ଷ
ସାଧାରଣତଃ ସବୁ ସ୍ଥାନରେ ଇଂରାଜୀ ମାସ ଜାନୁଆରୀର ୧ ତାରିଖକୁ ନବ ବର୍ଷ ରୂପେ ପାଳନ କରାଯାଇଥାଏ । ହେଲେ ଓଡିଆଙ୍କ ପରମ୍ପରା ଇଂରାଜୀ ପରମ୍ପରା ଠାରୁ ଟିକେ ଭିନ୍ନ । ଓଡ଼ିଶାରେ ବୈଶାଖ ମାସରୁ ଓଡିଆ ନବବର୍ଷର ଆରମ୍ଭ ହୋଇଥାଏ । ତେଣୁ ବୈଶାଖ ମାସର ପ୍ରଥମ ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତିକୁ ଓଡିଆ ନୂଆବର୍ଷ ଭାବେ ପାଳନ କରାଯାଇଥାଏ । ସ୍କନ୍ଦ ପୂରାଣରେ ବୈଶାଖ ମାସକୁ ଓଡିଆ ମାସର ଆଦ୍ୟ ମାସ ଭାବେ ବର୍ଣ୍ଣନା କରାଯାଇଛି । ଏହାର ପ୍ରଥମଦିନ ଅର୍ଥାତ ମେଷ ସଂକ୍ରାନ୍ତିକୁ ଓଡିଆ ନବବର୍ଷର ଆଖ୍ୟା ମିଳିଛି । ଓଡିଆ ଜ୍ୟୋତିଷଙ୍କ ଗଣନା ଅନୁସାରେ ଗୋଟିଏ ନୂଆ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସରିଥାଏ । ତେବେ ଏହି ଦିନଟିକୁ ଦେଶର ଅନେକ ସ୍ଥାନରେ ଧୁମଧାମରେ ପାଳନ ହୋଇଥାଏ । ଏହି ଦିନ ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ନୂଆ ବର୍ଷ ପାଳନ କରାଯାଇଥାଏ । ପଞ୍ଜାବ, ଜମ୍ମୁ, ହରିୟାଣା, ମହାରାଷ୍ଟ୍ର ଭଳି ଅନେକ ସ୍ଥାନରେ ଏହି ଦିନକୁ ନୂଆ ବର୍ଷ ଭାବେ ପାଳନ କରାଯାଇଥାଏ । ଯାହାର ପାଳନର ବିଧି ଭିନ୍ନ ରହିଥାଏ ।

ଓଡ଼ିଆ ପରମ୍ପରାରେ ପଣାସଂକ୍ରାନ୍ତିର ମହତ୍ତ୍ୱ

ପଣା ଭୋଗ

ପଣା ସଂକ୍ରାନ୍ତିର ବିଶେଷତ୍ୱ ହେଉଛି ପଣା ଭୋଗ, ଯାହାକୁ ପ୍ରତିଟି ମନ୍ଦିରରେ ସେଦିନ ଭୋଗ ଲଗାଯାଇଥାଏ । ଏହି ଭୋଗକୁ ପାଚିଲା ବେଲ,କଦଳୀ,ଛେନା,ଗୁଡ, ଦହି, ଗୋଲମରିଚ ଗୁଣ୍ଡ ଆଦିରୁ ପ୍ରସ୍ତୁତ କରାଯାଇ ଘରେ ଓ ମନ୍ଦିରରେ ଭୋଗ ଲଗାଯାଇଥାଏ । କିଛି ସ୍ଥାନରେ ଏହି ପଣା ଭୋଗକୁ ତୁଳସୀ ଚଉରା ଉପରେ ମାଟିର ଘଡିରେ ବନ୍ଧା ଯାଇଥାଏ । ଏହି ଘଡିରେ ଏକ ଛୋଟ ଛିଦ୍ର କରାଯାଇଥାଏ ଯେଉଁଥିରେ ଏକ କୁଶ ଖୋସା ଯାଇଥାଏ । ଏହି କୁଶ ବାଟ ଦେଇ ତୁଳସୀଙ୍କ ମୂଳରେ ଏହି ପଣା ପଡିଥାଏ । ଏହାର ମହତ୍ୱ ଖୁବ ଅଧିକ ରହିଥାଏ । ସେହିଭଳି ଏହି ଦିନ ରାସ୍ତାଘାଟରେ ପଣା ବାଣ୍ଟିବାର ପରମ୍ପରା ମଧ୍ୟ ଦେଖିବାକୁ ମିଳିଥାଏ ।

Comments are closed.