ଲଡ୍ର୍ସ: ଲଡ୍ର୍ସ ଟେଷ୍ଟରେ ନୁ୍ୟଜିଲାଣ୍ଡର ସ୍ଥିତି ମଜଭୁତ ରହିଛି । ପ୍ରଥମ ଇନିଂସରେ ନୁ୍ୟଜିଲାଣ୍ଡ ୧୩୨ ରନ୍ କରି ଅଲ୍ଆଉଟ୍ ହୋଇଥିବା ବେଳେ ଇଂଲଣ୍ଡ ୧୪୧ ରନ୍ରେ ସୀମିତ ରହିଥିଲା । ଦ୍ୱିତୀୟ ଦିବସ ଚା’ ପାନ ବିରତି ସୁଧା ନୁ୍ୟଜିଲାଣ୍ଡ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ୪୩ ଓଭରରେ ୪ ୱିକେଟ୍ ହରାଇ ୧୨୮ ରନ୍ କରିଛି । ନୁ୍ୟଜିଲାଣ୍ଡ ୧୧୯ ରନ୍ର ମହତପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ବେଳେ ମ୍ୟାଚ୍ର ଫଳାଫଳ ସୁନିଶ୍ଚିତ ହୋଇଛି ।
ପ୍ରଥମ ଦିନର ସମାପ୍ତ ଇନିଂସ ୧୧୬/୭ରୁ ଇଂଲଣ୍ଡ ପାଳି ଆରମ୍ଭ କରିଥିଲା । ବେନ ଫୋକ୍ସ ୭ ରନ୍ କରି ପାଭିଲିୟନ ଫେରିଯାଇଛି । ଷ୍ଟୁଆର୍ଟ ବ୍ରର୍ଡ ୯, ଜେମ୍ସ ଆଣ୍ଡରସନ୍ ୭ ଓ ମାର୍ଟ ପାର୍କିହୁସନ ୮ ରନ୍ କରିଥିଲେ । ପୂର୍ବରୁ ଆଲେକ୍ସ ଲିସ୍ ୨୫ ରନ୍ ଓ ଜାକ କ୍ରାଓଲି ୪୩ ରନ୍ କରିଥିଲେ । ତେଣୁ ଇଂଲଣ୍ଡ ପ୍ରଥମ ଇନିଂସରେ ୪୨.୫ ଓଭରରେ ୧୪୧ ରନ୍ କରି ଇନିଂସ ଅଗ୍ରଣୀ ହୋଇଥିଲା । ନୁ୍ୟଜିଲାଣ୍ଡର ଟିମ୍ ସାଉଦୀ ୪ଟି, ଟ୍ରେଣ୍ଟ ବୋଲଫ ୩ଟି, କାଏଲ ଜାମିସନ୍ ଦୁଇଟି ଓ କଲିନ୍ ଡି ଗ୍ରାଣ୍ଡହୋମ୍ ଗୋଟିଏ ୱିକେଟ୍ ସଫଳତା ହାସଲ କରିଥିଲେ ।
ଇଂଲଣ୍ଡର ଇନିଂସ ଶେଷ ହେବା ପରେ ଦ୍ୱିତୀୟ ପାଳି ଆରମ୍ଭ କରିଥିଲା ନୁ୍ୟଜିଲାଣ୍ଡ । ଟମ୍ ଲାଥମ ଓ ୱିଲ ୟଙ୍ଗ ପାଳି ଆରମ୍ଭ କରିଥିଲେ । ୟଙ୍ଗ ୧ ରନ୍ ଓ ଟମ୍ ୧୪ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ କେନ୍ ୱିଲିୟମ୍ ସନ ୧୫, ଦେବନ କନେୱ ୧୫ ରନ୍ କରି ପାଭିଲିୟନ୍ ଫେରିଥିବା ବେଳେ ଡାର୍ଲି ମିଚେଲ ଓ ଟମ୍ ବ୍ଲୁଣ୍ଡେଲ ଦଳର ବ୍ୟାଟିଂ ମଙ୍ଗ ଧରିଥିଲେ । ଚା’ ପାନ ବିରତି ବେଳକୁ ମିଚେଲ ୪୩ ଓ ବ୍ଲୁଣ୍ଡେଲ ୩୯ ରନ୍ କରି ଅପରାଜିତ ଥିଲେ । ଇଂଲଣ୍ଡ ମାଥୁ୍ୟ ପଟସ୍ ୨ଟି, ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନ୍ ଗୋଟିଏ କରି ୱିକେଟ୍ ସଫଳତା ହାସଲ କରିଥିଲେ ।
Comments are closed.