ଗ୍ରୀଷ୍ମଦିନେ ନିଜ ତ୍ୱଚାକୁ ପୋଷଣ ଦେବା ଜରୁରୀ । ଏଥିପାଇଁ ଖରାଦିନେ ମିଳୁଥିବା ଫଳକୁ ବ୍ୟବହାର କରି, ନା କେବଳ ଆପଣ ଚେହେରାକୁ ପୋଷଣ ଦେବେ ବରଂ ଚମକକୁ ଫେରିପାଇବେ । ଆଜିକାଲି ମାର୍କେଟରେ ପ୍ରଚୁର ମାତ୍ରାରେ ବିଭିନ୍ନ ପ୍ରକାର ପାଚିଲା ଆମ୍ବ ମିଳୁଛି । ତେଣୁ ଆପଣ ଏଥିରେ ଫେସ୍ପ୍ୟାକ୍ ଅତି ସହଜରେ କରିପାରିବେ ।
ଫେସ୍ପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପାଚିଲା ଆମ୍ବର ଚୋପାକୁ କାଟି ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହାପରେ ଏଥିରେ ଥଣ୍ଡା କ୍ଷୀର କିମ୍ବା କ୍ରିମ୍ ମିଶାଇ ଭଲଭାବରେ ଫେଟିଦିଅନ୍ତୁ । କ୍ରିମ ବଦଳରେ କ୍ଷୀରର ସରକୁ ବ୍ୟବହାର କରିପାରିବେ । ଏହି ମିଶ୍ରିତ ପେଷ୍ଟକୁ ଏବେ ମୁହଁ ଏବଂ ବେକରେ ଲଗାଇ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ । ପରେ ଥଣ୍ଡା ପାଣିରେ ମୁହଁକୁ ସଫା କରିପାରିବେ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)