ରାଜ୍ୟର ଏକମାତ୍ର ମହିଳା ପ୍ଲମ୍ବର

ଭୁବନେଶ୍ୱର: ସିଭିଲ୍‌ ଇଞ୍ଜିନିୟରିଂରେ ଶିକ୍ଷା ଗ୍ରହଣ ପରେ ଭୁବନେଶ୍ୱରର ଶତାବ୍ଦୀ ସାହୁ ଚାକିରି କରିବା ପରିବର୍ତ୍ତେ ଏପରି ଏକ କାମକୁ ଚୟନ କଲେ, ଯାହାକୁ ନେଇ ସେ କେବଳ ରାଜ୍ୟ ନୁହେଁ ଦେଶରେ ମଧ୍ୟ ପରିଚିତ ହୋଇଛନ୍ତି । କିନ୍ତୁ ସମସ୍ତଙ୍କଠୁ ଭିନ୍ନ ହୋଇ ୨୭ ବର୍ଷୀୟା ଶତାବ୍ଦୀଙ୍କର କାର୍ଯ୍ୟ ଆଜି ତାଙ୍କୁ ଓଡ଼ିଶାର ଏକମାତ୍ର ମହିଳା ପ୍ଲମ୍ବର ଟ୍ରେନର ଆଖ୍ୟା ଦେଇଛି । ୨୦୧୨ରେ ସିଭିଲ୍‌ ଇଞ୍ଜିନିୟରିରେ ଡିପ୍ଲୋମା ଏବଂ ୨୦୧୫ରେ ସିଭିଲ୍‌ରେ ବି-ଟେକ୍‌ ହାସଲ କରିବା ପରେ ଶତା³ୀ କୌଣସି ବଡ଼ କମ୍ପାନୀରେ ଚାକିରି କରିବା ପରିବର୍ତ୍ତେ ସେହି କାମକୁ ବାଛିଲେ, ଯେଉଁଥିରେ ତାଙ୍କର ବିଶେଷ ଋଚି ଥିଲା ।

ରାଜ୍ୟର ଏକମାତ୍ର ମହିଳା ପ୍ଲମ୍ବର

ପ୍ଲମ୍ବିଂରେ ଧୀରେଧୀରେ ଆଗ୍ରହ ଆସିବା ପରେ ଏହାର ଏକ କୋର୍ସରେ ଟ୍ରେନିଂ ନେଲେ । ଏହି ପ୍ରଶିକ୍ଷଣ ପରେ ସ୍କିଲ୍‌ ଇଣ୍ଡିଆରେ ଟ୍ରେନର୍‌ର ଚାକିରି ଗଲେ । ସେ ବର୍ତ୍ତମାନ ସ୍କିଲ୍‌ ଇଣ୍ଡିଆର ଫିଲï ଟ୍ରେନିଂ ପାଇଁ ଅଲଗା ଅଲଗା କମ୍ପାନୀରେ ଟ୍ରେନିଂ ପ୍ରୋଗାମ ପାଇଁ ଯାଉଛନ୍ତି । ସେ ଏପର୍ଯ୍ୟନ୍ତ ପ୍ରାୟ ୧୦୦୦ରୁ ଅଧିକ ପିଲାଙ୍କୁ ପ୍ଲମ୍ବିଂର ଟ୍ରେନିଂ ଦେଇସାରିଛନ୍ତି । ସେ କଦାପି ଏହି କାର୍ଯ୍ୟକୁ କେବଳ ପୁରୁଷଙ୍କର ବୋଲି ଭାବିନାହାନ୍ତି । ଏହି ପାଞ୍ଚ ବର୍ଷର କ୍ୟାରିଅରରେ ବହୁତ ଚ୍ୟାଲେଞ୍ଜ୍‌ ସାମ୍ନା କରିଥିବା ଶତାବ୍ଦୀ କୁହନ୍ତି । ଏକ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଶତାଦ୍ଦୀଙ୍କ ବାପା ଜଣେ ପୋଷ୍ଟ ମାଷ୍ଟର ଏବଂ ମା’ ଗୃହିଣୀ । ପିଲାଟିବେଳୁ ହିଁ ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି । ତେଣୁ ସେ ସିଭିଲ୍‌ ଇଞ୍ଜିନିୟରିଂ ପଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ କୁହନ୍ତି, ଇଞ୍ଜିନିୟରିଂ ପଢ଼ିବାର ଦୁଇ ବର୍ଷରେ ସେ ପବ୍ଲିକ ହେଲ୍‌ଥ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଥିବା ପ୍ଲମ୍ବିଂ ବିଷୟରେ ଜାଣିବାକୁ ପାଇଥିଲେ । ପରେ ତାଙ୍କ ଋଚି ଏହି ବିଷୟରେ ବଢ଼ିବାକୁ ଲାଗିଲା । ତେବେ ଶତାବ୍ଦୀ ଆରମ୍ଭ କରିଥିବା ପରିବର୍ତ୍ତନକୁ ଏବେ ବି ସମାଜ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । କାରଣ ଆପଣ ଏଥିରୁ ଅନୁମାନ କରିପାରିବେ ଯେ ତାଙ୍କ କ୍ୟାରିଅରରେ ସେ ଏପର୍ଯ୍ୟନ୍ତ ଜଣେ ବି ମହିଳାଙ୍କୁ ତାଲିମ ଦେଇନାହାନ୍ତି ।

Comments are closed.