କିଭ୍ : ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଅପ୍ରତ୍ୟାଶିତ ମୋଡ଼ ନେବା ଆରମ୍ଭ କରିଛି । ୟୁକ୍ରେନ ସୈନ୍ୟମାନେ ରୁଷ ସୈନ୍ୟଙ୍କ ଉପରେ ଅତର୍କିତ ଆକ୍ରମଣ କରି ସେମାନଙ୍କୁ ଚକିତ କରିଦେଇଛନ୍ତି । ଏପରିକି ରୁଷ ଦ୍ୱାରା ଗତ ୬ ମାସ ହେଲା ଅଧିକାର କରାଯାଇଥିବା କେତେକ ଅଞ୍ଚଳକୁ ମୁକ୍ତ କରିବାରେ ୟୁକ୍ରେନ ସୈନ୍ୟମାନେ ସଫଳ ହୋଇଛନ୍ତି ।
କେତେକ ସ୍ଥାନରେ ରୁଷ ସୈନ୍ୟମାନଙ୍କୁ ନିଜ ଦେଶର ସୀମା ମଧ୍ୟକୁ ପଳାୟନ କରିବାକୁ ପଡ଼ିଛି । ୟୁକ୍ରେନ ପକ୍ଷରୁ ସୋମବାରଦିନ କୁହାଯାଇଛି ଉତ୍ତର-ପୂର୍ବାଞ୍ଚଳରେ ଥିବା ଖାରକିବ୍ ଅଞ୍ଚଳର କେତେକ ଗ୍ରାମକୁ ରୁଷ ସୈନ୍ୟଙ୍କ କବଳରୁ ମୁକ୍ତ କରାଯାଇଛି । ସେସବୁ ଗ୍ରାମ ଗତ ଫେବୃଆରି ୨୪ରୁ ରୁଷ ସୈନ୍ୟଙ୍କ କବଜାରେ ଥିଲା ।
ସୀମାନ୍ତରେ ଥିବା କେତେକ ଗ୍ରାମକୁ ମୁକ୍ତ କରିବା ସହ ୟୁକ୍ରେନ ସେନା ରୁଷ ସୈନ୍ୟଙ୍କୁ ରୁଷ ସୀମା ମଧ୍ୟକୁ ଫେରିଯିବାକୁ ବାଧ୍ୟ କରିଛି । ଗତ ଫେବ୍ରୁଆରି ୨୪ରେ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଏପରି ହୋଇଛି ବୋଲି ଖାରକିବ୍ ଅଞ୍ଚଳର ଗଭର୍ଣ୍ଣର ଏଲେ ସିନେଉବୋଭ୍ କହିଛନ୍ତି ।
ଗତ ରବିବାରଦିନ ରୁଷ ପକ୍ଷରୁ ୟୁକ୍ରେନର କେତେକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରାଯାଇଥିଲା । ଫଳରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା । କି;ୁ ସୋମବାରଦିନ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ୍ ପ୍ରାୟ ୮୦ ପ୍ରତିଶତ ବିଦ୍ୟୁତ କେନ୍ଦ୍ରଗୁଡ଼ିକୁ ପୁଣି ଚାଲୁ କରାଯାଇଛି ।
Comments are closed.