ହଜି ଯାଉଛି ଋତୁ

ଆଜି ସମଗ୍ର ବିଶ୍ୱରେ ପରିବେଶ ଉପରେ ଚର୍ଚ୍ଚା ଚାଲିଛି । ବିଶ୍ୱ ତାପାୟନ ଓ ପାଗ ପରିବର୍ତ୍ତନ ସବୁଠାରୁ ଚିନ୍ତାର ବିଷୟ ହେଇଛି । ବର୍ତ୍ତମାନ ଯେଉଁ ସମୟରେ ବିଶ୍ୱ ଉପନିତ ହେଇଛି ଏକ ସବୁଜ ସୁସ୍ଥ ପରିବେଶ ସ୍ୱପ୍ନ ପରି ମନେ ହେଉଛି । ବିଶ୍ୱ ତାପାୟନ ଓ ପାଗ ପରିବର୍ତ୍ତନ ସମଗ୍ର ପୃଥିବୀର ପରିବେଶକୁ ବିଗାଡିବାରେ ଲାଗିଛି । ପୃଥିବୀର ବିଭିନ୍ନ ସହରରେ ପରିବେଶ ସଂପର୍କିତ କର୍ମଶାଳା ଆୟୋଜନ ହେଉଛି । ପୃଥିବୀର ସବୁବର୍ଗର ରାଷ୍ଟ୍ର ପରିବେଶ ସମ୍ମିଳନୀରେ ଯୋଗ ଦେଉଛନ୍ତି । ପରିବେଶ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ପ୍ରତ୍ୟେକ ରାଷ୍ଟ୍ର । କି;ୁ ସବୁଠାରୁ ବଡ଼ ବିଷୟ ହେଲା ମଣିଷ କେବଳ ଭାବୁଛି ଏ ପରିବେଶ ମୋର । ପରିବେଶର ସଂରକ୍ଷଣ ଓ ସଂରଚନା ତା’ ନିଜ ହାତକୁ ନେଇଛି । କେବଳ ମଣିଷ ଦ୍ୱାରା ହିଁ ପରିବେଶ ସଂରକ୍ଷଣ ସମ୍ଭବ । ପରିବେଶ ସଂପର୍କରେ ସର୍ବଶ୍ରେଷ୍ଠ ମତ ମଣିଷ ହିଁ ପ୍ରଦାନ କରିଛି । ପଚାଶ ବର୍ଷ ତଳେ ପରିବେଶବିତ୍‌ମାନେ ପରିବେଶ ସଂରକ୍ଷଣ ପାଇଁ ଯେଉଁ ମତ ପ୍ରଦାନ କରିଥିଲେ, ଆଜି ସେହି ମତ ମଧ୍ୟରେ ଅନେକ ପ୍ରଭେଦ ପରିଲକ୍ଷିତ ହେଉଛି । କୃଷି ଉପରେ କିଛି ଆଲୋଚନା କରିବା । ଷାଠିଏ ଦଶକରେ ଅତ୍ୟଧିକ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ରାସାୟନିକ ସାରର ପ୍ରୟୋଗ ଉପରେ ଅନେକେ ଗୁରୁତ୍ୱ ଦେଉଚନ୍ତି । ଧୀରେ ଧୀରେ କୃଷକମାନେ ଅନେକେ ଅଧିକ ଉତ୍ପାଦନ ପାଇଁ ଅଧିକ ମାତ୍ରାରେ ରାସାୟନିକ ସାର ଓ କୀଟନାଶକର ପ୍ରୟୋଗ କରୁଛନ୍ତି । ତାହା ସହ ହାଇବ୍ରିଡ ବିହନର ବ୍ୟବହାର କରାଗଲା । ଉତ୍ପାଦନ ବହୁ ପରିମାଣରେ ବଢିଲା । କି;ୁ ବର୍ତ୍ତମାନ ସେହି ଜମିରେ ଉତ୍ପାଦନ ହ ୍ରାସ ପାଇବାକୁ ଲାଗିଲାଣି । ଅତ୍ୟଧିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଜମିର ଉର୍ବରତା କମିବା ସହ ମାଟି ଭିତରେ ଥିବା ଅନେକ ଉପକାରୀ ଜୀବାଣୁ ନଷ୍ଟ ହେଇଗଲାଣି । ଆଉ ଏହି ସବୁ ଖାଦ୍ୟଶସ୍ୟ ମଣିଷ ଓ ଜୀବଜ;ୁ ପାଇଁ ଅନେକାଂଶରେ ହାନିକାରକ ସାବ୍ୟସ୍ତ ହୋଇଛି । ଏବେ କୃଷି ବୈଜ୍ଞାନିକମାନେ କହୁଛନ୍ତି ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ।
ସମୟ ଥିଲା ଜଙ୍ଗଲ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଥିଲା । ନୂତନ ଚାରା ରୋପଣକୁ ଏତେ ପ୍ରଧାନ୍ୟ ଦିଆ ହେଉନଥିଲା । କି;ୁ ଏବେ ନୂତନ ଜଙ୍ଗଲ ସୃଷ୍ଟି ଆଉ ଚାରା ରୋପଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏମିତି ଅନେକ ଜନସଚେତନତାରେ କୁହାଯାଉଛି ଯେ ନିଜ ଜନ୍ମଦିନରେ, ଅନ୍ୟର ଜନ୍ମଦିନରେ, ଉତ୍ସବ ପାଳନ ଅବସରରେ ଉପହାର ସ୍ୱରୂପ ଚାରା ପ୍ରଦାନ କର । ସ୍ଥଳବିଶେଷରେ କରାଯାଉଛି ମଧ୍ୟ । ଚାରା ରୋପଣ ପାଇଁ ଅନେକ ପ୍ରକାର ସଚେତନ କରାଯାଉଛି । ଆଉ କିଛି ବର୍ଷ ପରେ ବିଶୁଦ୍ଧ ଅମ୍ଳଜାନ ମିଳିବା ସନ୍ଦିହାନ ଲାଗିଲାଣି । ଯାହା ମନେହେଉଛି, ପାଣି ବୋତଲ ପରି ଅମ୍ଳଜାନ ବ୍ୟାଗ ଆମକୁ ପଛପଟରେ ବୋହିବାକୁ ପଡିପାରେ । ଏବେ ଆମକୁ ବିଶୁଦ୍ଧ ପାନୀୟ ମିଳିିବା ଯେମିତି କଷ୍ଟକର ହୋଇପଡ଼ିଲାଣି । ପାଣି ଲିଟରକୁ କୋଡିଏ ଟଙ୍କାରେ କିଣିବାକୁ ପଡୁଛି । ସମୟ ଆସିବ ଅମ୍ଳଜାନ ଥଳି ଧରି ବାହାରକୁ ବାହାରିବାକୁ ପଡିବ । ମାଟି, ପବନ, ପାଣି ଯଦି ଦୂଷିତ ତା’ହେଲେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାଏ । ପରିବେଶ ପ୍ରଦୂଷଣ ପ୍ରକୃତିର ନିୟମ ପରିବର୍ତ୍ତନ କରିଥାଏ । ବିଶେଷ କରି ଆମେ ଯେଉଁ ସମୟରେ ଯେଉଁ ସବୁ ଋତୁର ଅନୁଭବ କରିଥାଉ ତାହା ଏବେ କଣ ପରିଲକ୍ଷିତ ହେଉଛି କି ? ଆମେ ଯେଉଁ ଛ’ଋତୁ କଥା ଜାଣିଛୁ । ଧୀରେ ଧୀରେ ସେ ସବୁ ହଜିବାକୁ ବସିଲାଣି । ଛ’ଋତୁର ଅନୁଭବ ଯେମିତି ଆଉ ହେଉନାହିଁ । କେତେବେଳେ କଣ ଅନୁଭବ ହେଉଛି କହି ହେଉନାହିଁ । ଗ୍ରୀଷ୍ମ ଋତୁରେ ପ୍ରବଳ ବର୍ଷା ହେଉଛି । ଶୀତ ଋତୁରେ ଗରମ ଅନୁଭବ ହେଉଛି । ବର୍ଷା ଋତୁରେ ବର୍ଷା ଉଭାନ ହେଇ ଯାଉଛି । ପ୍ରକୃତିର ଏହି ପରିବର୍ତ୍ତନ ପୃଥିବୀ ଉପରେ ପଡୁଛି । ପୃଥିବୀର ବିଭିନ୍ନ କାରକ ଓ ଜୀବଜ;ୁ ପ୍ରଭାବିତ ହେଉଛନ୍ତି । ଅନେକ ଜୀବଜ;ୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହେଲେଣି । ଆପଣ ଦେଖ;ୁ ଆପଣଙ୍କ ଘର ପାଖରେ ଘର ଚଟିଆ ନାହିଁ କିମ୍ବା ଆଗ ପରି କାଉର କା କା ରାବ ଶୁଭୁନାହିଁ । ସକାଳ ସମୟରେ ପକ୍ଷୀମାନଙ୍କ ଯେଉଁ କୋଳାହଳ ଶୁଭିଥାଏ, ତାହା କଣ ଶୁଣିବାକୁ ମିଳୁଅଛି ?
ବିଶ୍ୱର ତାପମାତ୍ରା ଅହେତୁକ ଭାବରେ ବଢିବାକୁ ଲାଗିଛି । ତାପମାତ୍ରା ବଢିଲେ ବରଫ ତରଳିବ । ଜଳ ଭାଗରେ ଜଳ ପ୍ରବଳ ହେବ । ଧୀରେ ଧୀରେ ସ୍ଥଳ ଭାଗକୁ ମାଡି ଆସିବ । ଏହା ତ ସାଧାରଣ ପ୍ରକ୍ରିୟା ମାତ୍ର । କିଛି ଦିନ ତଳେ ବ୍ରହ୍ମପୁର ନିକଟସ୍ଥ ସମୁଦ୍ର କୂଳରେ କିଛି ସାଙ୍ଗ ବସି ଗପ କରୁଥିଲେ । ହଠାତ୍‌ ସମୁଦ୍ରରୁ ବିରାଟ ଲହଡି ମାଡି ଆସିଲା । ସମୁଦ୍ର ପାଣିଭିତରକୁ ସମସ୍ତଙ୍କୁ ନେଇଗଲା । କିଛି ମରିଗଲେ ଆଉ କିଛି ଉଦ୍ଧାର ହେଲେ । ସମୁଦ୍ର ପାଣି ଠାରୁ ଅନେକ ଦୂରତାରେ ବସି ଥିଲେ କି;ୁ ଏପରି ଏକ ଲହଡି ଆସିବ ସଂପୂର୍ଣ୍ଣ ଅଜ୍ଞ ଥିଲେ । ଆଜିର ସମୟରେ କେତେବେଳେ କଣ ହେବ କିଏ କହି ପାରିବ ନାହିଁ । ଆଜିର ସମୟରେ ଯେଉଁ ପରି ଭାବରେ ତୁଷାରପାତ ଓ ଭୁସ୍ପଳନ ହେଉଛି କେତେବେଳେ ପ୍ରକୃତି କେଉଁ ରୂପ ନେବ, କିଏ କହିବ ?
ପ୍ରକୃତି ସ୍ୱାଭାବିକ ଅବସ୍ଥାରେ ନାହିଁ ଏକଥା ଆମେ ସମସ୍ତେ ଉପଲବ୍ଧି କରୁଅଛୁ । ଅନେକ ଘଟଣାକୁ ଅଙ୍ଗେ ନିଭାଉଛୁ । ଜାଣି ଜାଣି ପ୍ରକୃତିର ବିରୋଧରେ ଅନେକ କାମ କରୁଅଛୁ । ପ୍ରକୃତିର ସହିବା କ୍ଷମତା ଆଉ ନାହିଁ । କେତେ ସହିବ ମଣିଷର ଦାଉ । କେବଳ ଆମେ ଭାବୁଛୁ ପ୍ରକୃତି ଆମର । ଆମେ ମଣିଷ ହିଁ ପ୍ରକୃତିର । ଆମେ ଧରାକୁ ସରା ମନେ କରୁଛୁ । ପୃଥିବୀ ଆମ ପାଇଁ ଛୋଟ ହେଇ ଗଲାଣି । ନିମିଶକରେ ପୃଥିବୀ ପରିଭ୍ରମଣ କରି ଦେଉଛୁ । ପୃଥିବୀ କେବଳ ମଣିଷର ଏହି ଭାବନା ହିଁ ପୃଥିବୀର ସ;ୁଳନ ବିଗାଡୁଛି । ପୃଥିବୀ ସମସ୍ତଙ୍କର । ସମସ୍ତ ଜୀବଜ;ୁଙ୍କର ଏହି ଭାବନା ଆମର ନାହିଁ । ଜଙ୍ଗଲରେ ଥିବା ଜୀବଜ;ୁ ଚିଡିଆଖାନାର ଖେଳଣା । ଅନେକ ନିଶ୍ଚିହ୍ନ । କେମିତି ପ୍ରାକୃତିକ ପରିବେଶର ସ;ୁଳନ ରକ୍ଷା ହୋଇ ପାରିବ ? ସବୁଆଡେ କଂକ୍ରିଟ ଜଙ୍ଗଲ । ଏହି କଂକ୍ରିଟ ଜଙ୍ଗଲରେ ମଣିଷ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ପ୍ରକୃତିର କେତେ କ୍ଷତି କରୁଛି, ତାହା ଅପୂରଣୀୟ । ତା’ର ପରିଣାମ ଆମକୁ ଭୋଗିବାକୁ ପଡିବ । ଆପଣ ନିଜକୁ ନିଜେ ପଚାର;ୁ ଆପଣ କେତେ ବୃକ୍ଷ ରୋପଣ କରି ବଞ୍ଚାଇଛନ୍ତି । ଆମକୁ ବିନା ସ୍ୱାର୍ଥରେ ଅମ୍ଳଜାନ ଯୋଗାଉ ଥିବା ବୃକ୍ଷ କେବେ କଣ ଅହମିକା କରିଛି ? ଗଛ ପାଇଁ ବଞ୍ଚୁଛେ । ଅଥଚ ଆମେ ଗଛକୁ ହାଣି ଚାଲିଛୁ ନିର୍ମମ ଭାବରେ । ମଣିଷ ଥରେ ଭାବ, ନିଜର ସ୍ୱାର୍ଥ ପାଇଁ ତ ଗଛ ଲଗାଅ । ନିଜକୁ ଅମ୍ଳଜାନ ମିଳିପାରିବ । ଅମ୍ଳଜାନ ଦରକାର ତ ଗଛ ଲଗା;ୁ ନଚେତ ମୃତୁ୍ୟ ଖୁବ୍‌ ନିକଟରେ । ହେ ପ୍ରିୟର ମଣିଷ ଉଠ, ଜାଗ, ସଚେତନ ହୁଅ । ନିଦ୍ରା ତ୍ୟାଗ କର, ଯିଏ ସବୁ ଜାଣିଛି ତାକୁ ବୁଝାଇ ହୁଏ ନାହିଁ । ଆଉ ସେତେବେଳେ ବୁଝେ ଯେତେବେଳେ ନିଜ ଉପରେ ବୋଝ ପଡେ ।
ଏହି ମହାମାରୀ କରୋନା ଆମକୁ ଅନେକ କିଛି ଶିଖାଇଛି । କି;ୁ ଏବେ ଆମେ ଭୁଲି ଯାଉଛନ୍ତି । ରହଣୀ, ଚାଲିଚଳଣିର ଯେମିତି ପରିବର୍ତ୍ତନ ହେଉଛି । ଜୀବନର ମଧ୍ୟ ପରିବର୍ତ୍ତନ ହେଉଛି । ପ୍ରକୃତି ରୂପ ବଦଲାଉଛି କେବଳ ମଣିଷମାନଙ୍କ ପାଇଁ । ପ୍ରକୃତି ଆମକୁ ଆନନ୍ଦରେ ବଞ୍ଚିବା ପାଇଁ କହୁଛି । ପ୍ରକୃତିର ସୌନ୍ଦର୍ଯ୍ୟକୁ ଅନୁଭବ କରି କୃତ୍ୟ କୃତ୍ୟ ହେବା ପାଇଁ ପ୍ରକୃତି କହୁଛି । ଜୀବନର ଜଟିଳତାକୁ ସହଜ, ସୁଗମ ଓ ସରଳ କରିବା ପାଇଁ ପ୍ରକୃତି ଶିକ୍ଷା ଦେଇ ଆସୁଅଛି । ଆମର କିନ୍ତୁ ସେସବୁ ପ୍ରତି ଧ୍ୟାନ ନାହିଁ । ହେ ପ୍ରିୟ ପାଠକ ଆପଣ କଣ ସତରେ ଋତୁକୁ ଅନୁଭବ କରୁଛନ୍ତି ? ଭଲ ଭାବରେ ଅନୁଭବ କିନ୍ତୁ କିଛି ଋତୁର ଅନୁଭବ ଆଉ ହେଉ ନାହିଁ । ସମୟ ଆସିବ ଆମର ଭବିଷ୍ୟତ ବଂଶଧରମାନେ ଷଡ଼ଋତୁର ଅନୁଭବ କେମିତି ହୁଏ, ତାହା ହୁଏତ ଜାଣିପାରିବେ ନାହିଁ । ଏଣୁ ପ୍ରକୃତିର ସଂରକ୍ଷଣ ପାଇଁ ସମସ୍ତେ ଆଗଭର ହେବାକୁ ହିଁ ହେବ । କେବଳ ସଚେତନତା ନୁହେଁ କାର୍ଯ୍ୟରେ ପରିଣତ କରି ଦେଖାଇବାକୁ ପଡ଼ିବ ।
ଗଡରାମାଳ,

Har Ghar Tiranga