କୃଷକ ସାଥିଙ୍କ ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : କୃଷକ ସାଥୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି କୃଷକ ସାଥୀଙ୍କ ସହାୟତା ରାଶିରେ ବୃଦ୍ଧି ହେବା ନେଇ ସରକାର ଘୋଷଣା କରିଛନ୍ତି । ସେମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ପରିମାଣ ରାଶି ବର୍ଷକୁ ୧୨ ହଜାର ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ରାଶି ବାବଦରେ ୧୨ ହଜାର ଟଙ୍କା ଲେଖାଏଁ ମିଳୁଥିବା ବେଳେ ବର୍ତ୍ତମାନ ୧୮ ହଜାର ଟଙ୍କା ଲେଖାଏଁ ପାଇବେ କୃଷକ ସାଥୀ । ଏହି ବର୍ଦ୍ଧିତ ରାଶି ୨୦୨୩ ଅକ୍ଟୋବରରୁ ପିଛିଲା ଭାବରେ ଲାଗୁ ହେବ ବୋଲି ସରକାରଙ୍କ ତରପରୁ ଘୋଷଣା କରାଯାଇଛି । ସରକାରଙ୍କ ଏହି ଘୋଷଣାର ରାଜ୍ୟର ୧୩,୬୦୦ କୃଷକ ସାଥୀ ଉପକୃତ ହୋଇପାରିବେ ।

ସୂଚନାଯୋଗ୍ୟ ଯେ କୃଷି ପ୍ରସାରଣ କାର୍ଯ୍ୟରେ ସହାୟତା ପାଇଁ ରାଜ୍ୟ ସରକାର ୨୦୦୭-୨୦୦୮ ମସିହାରେ ରାଜ୍ୟର ଅଗ୍ରଣୀ ଚାଷୀ ମାନଙ୍କୁ କୃଷକ ସାଥି ଭାବେ ନିଯୁକ୍ତି ଦେଇଥିଲେ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଦୁଇ ଜଣ ଲେଖାଏ କୃଷକ ସାଥି କାମ କରୁଛନ୍ତି । କୃଷକ ସାଥିମାନେ କୃଷି କାର୍ଯ୍ୟ ସଂପର୍କିତ ବିଭିନ୍ନ ବିଷୟରେ ଚାଷୀ ମାନଙ୍କୁ ସଚେତନ କରିବା ସହିତ ଆବଶ୍ୟକ ପରାମର୍ଶ ମଧ୍ୟ ଦେଇଥାନ୍ତି।

Comments are closed.