ବିଶ୍ୱର ବହୁ ସ୍ଥାନ ଭିନ୍ନ ଭିନ୍ନ କାରଣରୁ ପ୍ରସିଦ୍ଧି ଅର୍ଜନ କରିଛି । କିଛି ସ୍ଥାନ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ କାରଣରୁ ତ ଆଉ କିଛି ଐତିହାସିକ କୀର୍ତ୍ତିରାଜି କାରଣରୁ । ଆଜି କିନ୍ତୁ ଆମେ ଯେଉଁ ସ୍ଥାନ ବିଷୟରେ କହିବାକୁ ଯାଉଛୁ ତାହା ଏବେ ମରୁଭୂମି ସମ ଶୂନଶାନ୍ ହୋଇପଡିଛି । ଅଗଷ୍ଟ ୩୧ରେ ଏହି ସ୍ଥାନକୁ ଖାଲି କରି ଦିଆଯାଇଛି ।
ଲୋକଙ୍କୁ ସହର ଛାଡିବାକୁ ଡେଡ୍ଲାଇନ୍ ଦିଆଯାଇଥିଲା । ସବୁ ସମୟ ପାଇଁ ଏହି ସହରକୁ ଏବେ ଖାଲି କରି ଦିଆଗଲା । ଅଷ୍ଟ୍ରେଲିଆର ବିଟ୍ଟେନୁମ ନାମକ ଏହି ସହର ମାଇନିଂ ଟାଉନ୍ ଭାବରେ ପରିଚିତ ଥିଲା । କିନ୍ତୁ ଏବେ ଏହି ସହରକୁ ଚେର୍ନୋଭିଲ୍ କୁହାଯାଉଛି । କୁହାଯାଉଛି ସହରର ବାୟୁ ଏତେମାତ୍ରାରେ ବିଷାକ୍ତ ହୋଇଯାଇଛି ଯେ, ଏଠାରେ ନିଃଶ୍ୱାସ ପ୍ରଶ୍ୱାସ ନେବା ଅସମ୍ଭବ ହୋଇ ପଡିଛି ।
ଏହି ବାୟୁକୁ ପ୍ରଶ୍ୱାସରେ ନେବା ଦ୍ୱାରା ଜୀବନ ବି ଚାଲିଯାଇପାରେ । ଏହି କାରଣରୁ ସହରରୁ ସମସ୍ତ ଅଧିବାସୀଙ୍କୁ ଖାଲି କରି ଦିଆଯାଇ ସବୁଦିନ ପାଇଁ ଏହା ବନ୍ଦ କରି ଦିଆଯାଇଛି । କେବଳ ଏତିକି ନୁହେଁ ଏବେ ଏହି ସହରକୁ ମାନଚିତ୍ରରୁ ମଧ୍ୟ ହଟାଇ ଦିଆଯାଇଛି ।
୧୯୪୩ରେ ଏହି ସହର ଗଢି ଉଠିଥିଲା । ମାଇନିଂ ଏରିଆ ହୋଇଥିବା କାରଣରୁ ଏଠାରେ ବାୟୁମଣ୍ଡଳରେ ବିଷାକ୍ତ ଗ୍ୟାସ୍ ମିଶି ରହିଥିଲା । ଏହି କାରଣରୁ ସେଠାରେ ବହୁ ଲୋକ ମୃତୁ୍ୟ ମୁଖରେ ପଡୁଥିଲେ । ୧୯୯୬ରେ ଏଠାରେ ସମସ୍ତ ମାଇନିଂକୁ ବନ୍ଦ କରି ଦିଆଯାଇଥିଲା । ଏହି ବିଷାକ୍ତ ଗ୍ୟାସ୍ କାରଣରୁ ସେଠାରେ ପ୍ରାୟ ୨ ହଜାର ଲୋକ ମୃତୁ୍ୟମୁଖରେ ପଡିଛନ୍ତି ।
Comments are closed.