ଓଡିଆଙ୍କ ପାରମ୍ପାରିକ ପର୍ବ ପ୍ରଥମାଷ୍ଟମୀ

ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ଦିନ ପାଳନ କରାଯାଏ ପ୍ରଥମାଷ୍ଟମୀ । ଏହା ମଧ୍ୟ ପଢୁଆଁଷ୍ଟମୀ ଭାବରେ ପରିଚିତ । ଓଡିଶାର ଏହା ଏକ ପାରମ୍ପାରିକ ପର୍ବ । ଅତୀତରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟ ମାସ ବୋଲି ମନେ କରାଯାଉଥିଲା । ସେହି ଅନୁଯାୟୀ ବର୍ଷର ପ୍ରଥମ ମାସ ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ । ଏହିଦିନ ପରିବାରର ପ୍ରଥମ ସନ୍ତାନକୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଏ । ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘ ଜୀବନ ପାଇଁ ଏହିଦିନ ମା ମାନେ ଷଷ୍ଠୀ ପୂଜା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ ।

ପୂଜା ବିଧି:
The traditional festival of Odisha is Parthamastami

ଓଡିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ( ସେ ପୁଅ ହେଉ କି ଝିðଅ)କୁ ସ୍ନାନ ପରେ ନୂତନ ବସ୍ତ୍ର ପିନ୍ଧାଇ ପିଢା ଉପରେ ବସାଇ ବନ୍ଦାପନା କରାଯାଏ । କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର, ହଳଦୀମିଶା ଚାଉଳ ମିଶାଇ ସେଥିରେ ମା ମାନେ ସନ୍ତାନକୁ ବନ୍ଦାପନା କରିଥାନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତା ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଥାନ୍ତି । ପରିବାରରେ ଜ୍ୟେଷ୍ଠ ସନ୍ତାନର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ବିଧିକୁ ପଢୁଆଁ କହିଥାନ୍ତି ଯାହା ପ୍ରଥମାର ଅପଭ୍ରଂଶ ।

ମାମୁଁ ଘରୁ ଆସେ ନୂତନ ବସ୍ତ୍ର:

The traditional festival of Odisha is Parthamastami
ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ଯେଉଁ ନୂଆ ବସ୍ତ୍ର ପିନ୍ଧିଥାଏ ତାହା ମାମୁଁ ଘରୁ ଆସିଥାଏ । ମାମୁଁମାନେ ଏହିଦିନ ନୂଆ ଲୁଗା, ମିଠା ଓ ଅନ୍ୟାନ୍ୟ ସାମଗ୍ରୀ ଧରି ଭଉଣୀ ଘରେ ପହଞ୍ଚିଥାନ୍ତି ଭଣଜା/ଭାଣିଜୀକୁ ପୋଢୁଆଁ କରିବାକୁ । ସେଥିପାଇଁ ମାମୁଁଙ୍କୁ ଅଷ୍ଟମୀ ବନ୍ଧୁ କୁହାଯାଏ । ଯେଉଁମାନେ ବିଦେଶରେ ରହିଥାନ୍ତି କିମ୍ବା କୌଣସି ଅସୁବିଧା କାରଣରୁ ଏହିଦିନ ଭଉଣୀ ଘରକୁ ଆସି ପାରି ନ ଥାନ୍ତି ସେମାନେ ଡାକରେ ପଇସା ପଠାଇଥାନ୍ତି ।

ପାରିବାରିକ ବନ୍ଧନର ନିଦର୍ଶନ:

The traditional festival of Odisha is Parthamastami
ପ୍ରଥମାଷ୍ଟମୀ ପଛରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଇତ୍ୟାଦି ନିହିତ ରହିଛି । ଜ୍ୟେଷ୍ଠ ପୁତ୍ର ପରିବାରରେ ପିତା ସମାନ । ପିତାଙ୍କ ବାର୍ଦ୍ଧକ୍ୟରେ କିମ୍ବା ଅନ୍ତେ ଘର ଚଳାଇବା ଓ ପରିବାରର ଭରଣ ପୋଷଣ ଦାୟିତ୍ୱ ଜ୍ୟେଷ୍ଠ ସନ୍ତାନ ଉପରେ ପଡିଥାଏ । ତେଣୁ ଜ୍ୟେଷ୍ଠ ସନ୍ତାନକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଦିନ ତାଙ୍କୁ ବନ୍ଦାପନା କରାଯାଇଥାଏ ।

ଏଣ୍ଡୁରି ପିଠା:

The traditional festival of Odisha is Parthamastami

ଓଡିଆ ଘରେ ବିଭିନ୍ନ ପର୍ବରେ ଭିନ୍ନ ଭିନ୍ନ ପିଠାପଣା କରାଯାଇଥାଏ । ସେହି କ୍ରମରେ ପ୍ରଥମାଷ୍ଟମୀରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରି ପିଠା ପ୍ରସ୍ତୁତ କରାଯାଏ । ଅରୁଆ ଚାଉଳ କିମ୍ବା ଉଆପଖିଆ ଚାଉଳ ଓ ବିରିରୁ ପ୍ରସ୍ତୁତ ପିଠଉରେ ନଡିଆ ଛେନା ପୁର ଦେଇ ହଳଦୀ ପତ୍ରରେ ରଖି ଏହି ପିଠା ପ୍ରସ୍ତୁତ କରାଯାଏ । ଏହି ପିଠା ଯେପରି ସ୍ୱାସ୍ଥ୍ୟପ୍ରଦ ସେହିପରି ସ୍ୱାଦିଷ୍ଟ ମଧ୍ୟ । ହଳଦୀ ଏକ ଆଣ୍ଟି ଅକ୍ସିଡାଣ୍ଟ ହୋଇଥିବା ବେଳେ ଏହି ପତ୍ରରେ ତିଆରି ପିଠା ବିଭିନ୍ନ ଫ୍ଲìରୁ ଓ ଚର୍ମ ରୋଗରୁ ସୁରକ୍ଷା ଦେଇଥାଏ ।

ଲିଙ୍ଗରାଜ ମହାପ୍ରଭୁଙ୍କ ମାମୁଁଘର ଯାତ୍ରା:

The traditional festival of Odisha is Parthamastami
ଏହିଦିନ ପ୍ରଭୁ ଲିଙ୍ଗରାଜ ତାଙ୍କ ମାମୁଁ ଘର ରୂପେ ପରିଚିତ କପାଳିମଠ(ଲିଙ୍ଗରାଜ ମନ୍ଦିର ସଂଲଗ୍ନ)କୁ ଯାଆନ୍ତି ପଢୁଆଁ ହେବା ପାଇଁ । ଏହି ମଠର ଆରାଧ୍ୟ ଦେବତା ପ୍ରଭୁ ବରୁଣେଶ୍ୱର ଓ ବନଦେବ । ଏ ଦୁହେଁ ଲିଙ୍ଗରାଜଙ୍କ ମାମୁଁ ମାଇଁ ଭାବରେ ପରିଚିତ । ଏହି ମଠ ହତାରେ ଏକ ପୁଷ୍କରିଣୀ ରହିଛି ଯାହା ପାପ ନାଶିନୀ ଭାବରେ ଖ୍ୟାତ । ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Comments are closed.