ପତ୍ରରୁ ବାହାରୁଛି ଗଛ !

ଆପଣ ବାଡି ବଗିଚାରେ କୌଣସି ବି ଗଛ ଲଗାଇବା ପାଇଁ ମଞ୍ଜି ବୁଣିଥାନ୍ତି କିମ୍ବା ଏହାର ଡାଳ କାଟି ପୋତିଥାନ୍ତି । କିନ୍ତୁ ଏପରି ଏକ ଗଛ ରହିଛି ଯାହା ଲଗାଇବା ଲାଗି ଆପଣଙ୍କୁ ଏହି ଦୁଇ ଉପାୟ ମଧ୍ୟରୁ କୌଣସିଟି ବି ଆବଶ୍ୟକତା ପଡିବନି । ଆପଣ କେବଳ ଏହାର ଏକ ପତ୍ରରେ ହଜାର ହଜାର ଗଛ ବଢାଇ ପାରିବେ ।

ପତ୍ରରୁ ବାହାରୁଛି ଗଛ

ଆହୁରି ବଡ କଥା ହେଉଛି ଏହି ଗଛ ଲାଗି ଆପଣଙ୍କୁ କୌଣସି ପ୍ରକାର ଯତ୍ନ ବି ନେବାକୁ ପଡିବ ନାହିଁ । ଏହି ଯାଦୁକରୀ ବୃକ୍ଷକୁ ପତ୍ର ମାଧ୍ୟମରେ ଖୁବ୍‌ ସହଜରେ ଲଗାଯାଇପାରିବ । ଆପଣ ଚାହାନ୍ତୁ କି ନ ଚାହାନ୍ତୁ ଯଦି ଏକ ପତ୍ର ଆସି ଆପଣଙ୍କ ବଗିଚାରେ ପଡିଯିବ ତେବେ ଆପେ ଆପେ ଏହି ଗଛ ଉଠିଯିବ । ଏହି ବୃକ୍ଷର ବୈଜ୍ଞାନିକ ନାମ କାଲାନଚୋ ପିନାଟା ପ୍ଲାଣ୍ଟ ।

ପତ୍ରରୁ ବାହାରୁଛି ଗଛ

କିନ୍ତୁ ଆମ ଦେଶରେ ଏହାର ନାମ ପଥରଚଟ୍ଟା କିମ୍ବା ଅଜବ ବୃକ୍ଷ ନାମରେ ପରିଚିତ । ଏହାର ନାମ ପରି ଗୁଣ ମଧ୍ୟ ବିଚିତ୍ର ହୋଇଥାଏ । ଏହା ସହଜରେ ଉଠିଥାଏ ସତ କିନ୍ତୁ ଏହା ଅନେକ ରୋଗ ଲାଗି ମହୌଷଧି ହୋଇଥାଏ । ଏହାର ପତ୍ର ଚାରିପଟେ ହୋଇଥିବା ଛୋଟ ଛୋଟ ଗଜାରୁ ପୁନର୍ବାର ଗଛ ଉଠିଥାଏ ।

ପତ୍ରରୁ ବାହାରୁଛି ଗଛ

ଏହାର ପତ୍ରକୁ ଏକାଠି କରି ଏଥିରୁ ଔଷଧ ପ୍ରସ୍ତୁତ କରାଯାଏ । ଏହି ଅଜବ ବୃକ୍ଷର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି । ବହୁ ୟୁଜର ଏହି ବିରଳ ବୃକ୍ଷ ବିଷୟରେ ଜାଣି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏ ପର୍ଯ୍ୟନ୍ତ ୨.୫ କୋଟି ୟୁଜର ଏହି ଭିଡିଓକୁ ଦେଖିସାରିଲେଣି ।

Comments are closed.