ଦିଲ୍ଲୀ: ନଭେମ୍ବର ୨୪ : କେନ୍ଦ୍ରର ୩ କୃଷି ଆଇନ ପ୍ରତ୍ୟାହାରକୁ କ୍ୟାବିନେଟ ସମର୍ଥନ କରିଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ୩ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି । ଆଜି କ୍ୟାବିନେଟ ବୈଠକରେ ଏହି ବିଲ ପ୍ରତ୍ୟାହାର କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ତେବେ ଏନେଇ ସରକାରୀ ସ୍ତରରେ କୌଣସି ଘୋଷଣା ହୋଇ ନାହିଁ । ଅପରାହ୍ନ ୩ ଟାରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଖବରକୁ ବିଦ୍ଧିବଦ୍ଧ ଘୋଷଣା କରିବେ ବୋଲି ସୂଚନା ମିଳିଛି । କ୍ୟାବିନେଟର ମଞ୍ଜୁରୀ ମିଳବା ପରେ ଏହି ବିଲ୍କୁ ସଂସଦରେ ଉପସ୍ଥାପନା କରାଯିବ । ଏହାପରେ ସଂସଦରେ ଏନେଇ ତର୍କ ହେବ ଏବଂ ଏହା ଉପରେ ଭୋଟିଂ କରାଯିବ । ଉକ୍ତ ବିଲ୍ ଯଦି ପାରିତ ହେବ ତେବେ ସଂସଦରେ କୃଷି ଆଇନ ପ୍ରତ୍ୟାହାର ହେବ ।
ସୂଚନା ଅନୁସାରେ, ଏହି ବିଲକୁ ଡିସେମ୍ବର ୨୯ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶୀତକାଳିନ ଅଧିବେଶନରେ ଉପସ୍ଥାପନ କରାଯାଇପାରେ । ପ୍ରତ୍ୟାହାର ହେବାକୁ ଥିବା ୩ ଟି କୃଷି ଆଇନ ମଧ୍ୟରେ ରହିଛି କୃଷକ ବାଣିଜ୍ୟ ବିଲ (ପ୍ରୋତ୍ସାହନ ଏବଂ ସରଳୀକରଣ), କୃଷକ (ସଶକ୍ତିକରଣ-ସୁରକ୍ଷା) ମୂଲ୍ୟ ଆଶ୍ୱାସନା ଏବଂ କୃଷି ସେବା ବିଲ, ୨୦୨୦ ଉପରେ ଚୁକ୍ତିନାମା ଓଏବଂ ଅତ୍ୟାବଶ୍ୟକ ଦ୍ରବ୍ୟ (ସଂଶୋଧନ) ବିଲ ୨୦୨୦ ।
Comments are closed.