ରାଜ୍ୟରେ ଅଛନ୍ତି ୧୨ ପାକିସ୍ତାନୀ

0

ଭୁବନେଶ୍ୱର : ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କଠୋର କାର୍ଯ୍ୟାନୁଷ୍ଠାନ ନାଇଛନ୍ତି ଭାରତ ସରକାର। ଦେଶରେ ଥିବା ସମସ୍ତ ରାଜ୍ୟରେ ରହୁଥିବା ପାକିସ୍ତାନୀମାନେ ତୁରନ୍ତ ଦେଶ ଛାଡିବାକୁ ନିର୍ଦେଶ ଦିଆଯାଇଛି । ଦୀର୍ଘକାଳୀନ ଭିସାରେ ଆସି ଓଡ଼ିଶାରେ ରହିଥିବା ୧୨ ଜଣ ପାକିସ୍ତାନୀ ବିଦା ହେବେ । ସେମାନଙ୍କୁ ନୋଟିସ ଦେଇ ତୁରନ୍ତ ଭାରତ ଛାଡିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆତଙ୍କବାଦୀ ବିରୋଧୀ କାର୍ଯ୍ୟରେ କେନ୍ଦ୍ରକୁ ସମସ୍ତ ପ୍ରକାର ସହଯୋଗ ରାଜ୍ୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାନୁସାରେ,ଆଜି ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ । ଏହି କ୍ରମରେ ଗୃହ ମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ନିଜ ନିଜ ରାଜ୍ୟରେ ରହୁଥିବା ପାକିସ୍ତାନୀମାନଙ୍କ ଭିସା ରଦ୍ଦ କରି ତୁରନ୍ତ ସେମାନଙ୍କୁ ରାଜ୍ୟରୁ ବାହାର କର । ପାକିସ୍ତାନ ନାଗରିକ ଯେକୌଣସି ପ୍ରକାର ଭିସା ନେଇ ଭାରତ ଆସିଥିଲେ ବି ତୁରନ୍ତ ଭିସା ରଦ୍ଦ କରି ସେମାନଙ୍କୁ ଭାରତର ବିଦା କରାଯିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ଭାରତରେ ରହୁଥିବା ପାକିସ୍ତାନୀ ୨୭ ଏପ୍ରିଲ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ ହୋଇଛି। ୨୭ ପରେ ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ପାଇଁ ଭିଜା ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ସେହିଭଳି ମେଡିକାଲ ଭିସା ୨୯ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ବୈଧ ରହିବ। ସେହିଭଳି ପାକିସ୍ତାନରେ ଥିବା ଭାରତୀୟ ନାଗରିକ ତୁରନ୍ତ ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.