ରାଜ୍ୟରେ ୧୩ ଲକ୍ଷ ଡୋଜ ମହଜୁଦ ରହିଛି : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଟିକାକରଣ । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯିବ କରୋନା ଡୋଜ । ଏନେଇ ପରିବାର କଲ୍ୟାଣ ନିଦ୍ଦେର୍ଶକ ତଥା ଷ୍ଟେଟ ନୋଡାଲ ହେଡ୍‌ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟରେ ଆଜି ୨୩୨୦ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି । କେବଳ ରାଜଧାନୀ ଭୁବନେଶ୍ୱରରେ ୧୯ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି । ଏହା କ୍ରମାଗତ ଭାବେ ୭୫ ଦିନ ଚାଲିବ । ୨ କୋଟି ୬୫ ଲକ୍ଷ ଲୋକ (୧୮ରୁ ୫୯ ବର୍ଷ)ଙ୍କୁ ପ୍ରିକ୍ସନ ଡୋଝ ବା ବୁଷ୍ଟର ଡୋଜ ଦିଆଯିବ । ପରେ ଆବଶ୍ୟକତା ଅନୁଯାୟୀ ଓଡ଼ିଶାରେ ଟିକାକରଣ କେନ୍ଦ୍ରର ସଂଖ୍ୟା ବାଯିବ ବଢ଼ାଯିବ ବୋଲି ସେ କହିଥିଲେ ।

ଏହାସହିତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏବେ ଆମ ପାଖରେ ୧୩ ଲକ୍ଷ ଡୋଜ ଟିକା ମହଜୁଦ ରହିଛି । ଏହାପରେ ଅଧିକ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ । ସବୁ ଲୋକଙ୍କୁ ଟିକାକରଣ ପାଇଁ କେନ୍ଦ୍ର ୩ ହଜାରୁ ଅଧିକ ଦେବ । ଏମିତିକି କଲେଜ ଓ ଶିକ୍ଷାନୁଷ୍ଠାନରେ କ୍ୟାମ୍ପ କରାଯାଇ ଟିକା ଦିଆଯିବ ।

ସୂଚନା ଥାଉଯେ, ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ହଜାରକୁ ଟପିଛି । ସେହିପରି ଦେଶରେ ୨୦ ହଜାରରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ରହିଛି । ଦେଶରେ ଏପର୍ଯ୍ୟନ୍ତ ୫ ଲକ୍ଷ ୨୫ ହଜାର ୬୦୪ ଜଣଙ୍କର କରୋନାରେ ପ୍ରାଣହାନୀ ହୋଇସାରିଲାଣି ।

Comments are closed.