ଭୁବନେଶ୍ୱର : ଅଣସଂକ୍ରାମକ ରୋଗ (ଏନସିଡି) ଜନିତ ମୃତ୍ୟୁର ଶୀର୍ଷ ୩ଟି ପ୍ରମୁଖ ରୋଗ ମଧ୍ୟରେ ଆସ୍ଥମା ଓ ଅନ୍ୟାନ୍ୟ ଜଟିଳ ଶ୍ୱାସକ୍ରିୟା ସମ୍ବନ୍ଧିତ ରୋଗଗୁଡିକ ରହିଛନ୍ତି, ଯାହା ଦେଶବ୍ୟାପୀ ସମସ୍ତ ମୃତ୍ୟୁର ୫୦%ରୁ ଅଧିକ ପାଇଁ ଦାୟୀ । ତଥାପି ଗମ୍ଭୀର ଆସ୍ଥମା ଲକ୍ଷଣ ଥିବା ପ୍ରାୟ ୭୦% ଲୋକଙ୍କର ଉପଯୁକ୍ତ ନିଦାନ କରାଯାଇନାହିଁ ଏବଂ ୨.୫%ରୁ ବି କମ୍ ଲୋକ ପ୍ରତିଦିନ ଇନ୍ହେଲ୍ଡ କୋର୍ଟିକୋଷ୍ଟେରଏଡର ବ୍ୟବହାର କରୁଛନ୍ତି ଯାହାକି ଏହାର ଉପଯୁକ୍ତ ଚିକିତ୍ସା ଅଟେ । ମୁଖ୍ୟତଃ ବହୁଳ ଭାବେ ପ୍ରଚଳିତ ଭୂଲଧାରଣା ଓ ଅପବାଦ କାରଣରୁ ଲୋକମାନେ ନିଜର ଉପଯୁକ୍ତ ନିଦାନ ଓ ଚିକିତ୍ସା କରାଉନାହାନ୍ତି । ଏଭଳି ସମସ୍ୟାର ମୁକାବିଲା କରିବା ପାଇଁ ସଚେତନତା, ଶିକ୍ଷା ଓ ପହଂଚକୁ ସମନ୍ୱିତ କରୁଥିବା ଦୀର୍ଘସ୍ଥାୟୀ, ସାମୂହିକ ଆଭିମୁଖ୍ୟର ଆବଶ୍ୟକତା ରହିଛି । ‘ମେକ୍ ଇନହେଲଡ ଟ୍ରିଟମେଂଟ ଆକ୍ସେସିବୁଲ ଫର ଅଲ’ ର ଜିଆଇଏନଏ ଥିମ ଦ୍ୱାରା ସମର୍ଥିତ ଚଳିତ ବର୍ଷର ବିଶ୍ୱ ଆସ୍ଥମା ଦିବସ ଭାରତର ସାର୍ବଜନିନ ସ୍ୱାସ୍ଥ୍ୟ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି । ସିପ୍ଲାର ବେରୋକ ଜିନ୍ଦେଗୀ ଓ ଟଫିସ୍ ଏବଂ କମ୍ପାନୀର ବ୍ରେଥଫ୍ରି ଅଭିଯାନ ଭଳି କ୍ୟାମ୍ପେନଗୁଡିକ ଆସ୍ଥମାକୁ ନେଇ ଶିକ୍ଷଣୀୟ ଆଲୋଚନାକୁ ପରିଚାଳନା କରିବା ସହ ନିରନ୍ତର ରୋଗୀ ସହଯୋଗ ପ୍ରଦାନ କରିବାରେ ସାହାଯ୍ୟ କରୁଛନ୍ତି ।
ଇନ୍ହେଲେଶନ ଥେରାପି ଓ ଚିକିତ୍ସା ପାଇଁ ଉପଲବ୍ଧତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଭୁବନେଶ୍ୱରର ପଲ୍ମୋନୋଲିଷ୍ଟ ଡା. ଦେବାଶିଷ ବେହେରା କହିଛନ୍ତି, “ ଆସ୍ଥମା ଚିକିତ୍ସାର ପ୍ରାଥମିକ ଲକ୍ଷ୍ୟ ହେଉଛି ଲକ୍ଷଣଗୁଡିକୁ ନିୟନ୍ତ୍ରଣ କରିବା, ତତ୍କାଳ ଆଶ୍ୱସ୍ତି ପ୍ରଦାନ କରୁଥବା ଔଷଧ ଉପରେ ନିର୍ଭରତା ହ୍ରାସ କରିବା, ହସ୍ପିଟାଲାଇଜେଶନକୁ ରୋକିବା ଏବଂ ଫୁସ୍ଫୁସର କାର୍ଯ୍ୟଦକ୍ଷତାକୁ ସଂରକ୍ଷିତ ରଖିବା ଯାହା ଜୀବନର ମାନକୁ ଉନ୍ନତ କରିଥାଏ । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ସଠିକ ସମୟରେ ନିଦାନ, ସଠିକ ଇନ୍ହେଲର ବ୍ୟବହାର ଓ ନିୟମର କଡାକଡି ଅନୁପାଳନର ଆବଶ୍ୟକତା ରହିଛି । କିନ୍ତୁ ଦୁର୍ଭାଗ୍ୟବଶତଃ ଖରାପ ଡିଭାଇସ ପଦ୍ଧତି, ଚିକିତ୍ସା ପାଇଁ ସୀମିତ ପହଂଚ ଏବଂ ଦୀର୍ଘସ୍ଥାୟୀ ସହଯୋଗର ଅଭାବ କାରଣରୁ ଏହାକୁ ପ୍ରାୟତଃ ଅଣଦେଖା କରାଯାଉଛି ।
ବ୍ରେଥଫ୍ରି ଭଳି ଅଭିଯାନଗୁଡିକ ଅନ୍-ଗ୍ରାଉଣ୍ଡ ସ୍କ୍ରିନିଂ କ୍ୟାମ୍ପ, ଡିଜିଟାଲ ପ୍ଲାଟଫର୍ମ ଭଳି ଅନ୍ଲାଇନ ଟୁଲ ଏବଂ ସରଳ ‘ହାଓ-ଟୁ’ ଡିଭାଇସ ଟ୍ରେନିଂ ଭିଡିଓ ମାଧ୍ୟମରେ ଏହି ଅନ୍ତରକୁ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଏଭଳି ଉତ୍ସଗୁଡିକ ଆସ୍ଥମାର ଉତମ ନିୟନ୍ତ୍ରଣ ଦିଗରେ ଚିକିତ୍ସକ ଓ ରୋଗୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରୁଛନ୍ତି । ଭାରତରେ ଆସ୍ଥମାକୁ ନେଇ ଅନେକ ଭୂଲଧାରଣା ଓ ଗୁଜବ ରହିଛି । ଏହାର ସମାଧାନ ପାଇଁ ସ୍ଥାୟୀ ସଚେତନତା, ପ୍ରାରମ୍ଭିକ ଶିକ୍ଷା ଏବଂ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରୁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି । ବେରୋକ ଜିନ୍ଦେଗୀ ଭଳି ସଚେତନତା କ୍ୟାମ୍ପେନ ଓ ଟଫିସ କି ସ୍କୁଲ ଯାତ୍ରା ଭଳି ପ୍ରୟାସଗୁଡିକ ସଠିକ ସୂଚନା ବିସ୍ତାର କରି ଓ ପ୍ରାରମ୍ଭିକ ହସ୍ତକ୍ଷେପକୁ ପ୍ରୋତ୍ସାହିତ କରି ଏକ୍ଷେତ୍ରରେ ସାର୍ଥକ ପ୍ରଗତି ଆଣୁଛନ୍ତି ।” ଏସମ୍ପର୍କରେ ଅଧିକ ସୂଚନା ପାଇଁ www.breathefree.com ରେ ଭିଜିଟ କରନ୍ତୁ ।