ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ,ପୋଡିୟମ ଉପରେ ଚଢ଼ିଗଲେ ତାରା

0

ଭୁବନେଶ୍ୱର : ଚାଲିପାରିଲା ନାହିଁ ପ୍ରଶ୍ନକାଳ । ଗୃହ ଆରମ୍ଭରୁ ବିରୋଧୀଙ୍କ ହୋ ହାଲ୍ଲା। ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳ ଆରମ୍ଭ ସହିତ, ଆରମ୍ଭ ହୋଇଯାଇଛି ବିରୋଧୀଙ୍କ ନାରାବାଜି । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା । କଂଗ୍ରେସ ବିଧାୟକମାନେ ଗୃହ ବାହାରେ ପ୍ରଥମେ ପ୍ଲାକାର୍ଡ ଦେଖାଇ ବସିବା ସହିତ, ଗୃହ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ । ଏହାସହିତ ବାଚସ୍ପତିଙ୍କ ପୋଡିୟମ ଉପରେ ଚଢ଼ିଯାଇଥିଲେ ତାରା ବାହିନୀପତି ଏବଂ ତାଙ୍କୁ ସାଥ ଦେଇଥିଲେ ବିଡେଜି ବିଧାୟକ । ଜୟ ନାରାୟଣ ପ୍ରସଙ୍ଗ ଉଠାଇ ବିଜେଡି ପ୍ରତିବାଦ କରିଥିଲା ।

ସେହିପରି ସାଗର ଦାସ, ରୋମାଞ୍ଚ ରଂଜନ ବିଶ୍ଵାଳ, ଯୋଗେଶ ସିଂହ, ଦେବୀ ରଞ୍ଜନ ତ୍ରିପାଠୀ, ମାଧବ ଧଡା, ନବ ମଲିକ୍ , ଅଭିମନ୍ୟୁ ସେଠି, ଚକ୍ର ମଣି କହ୍ନର ବିଧାନସଭା ରିପୋର୍ଟର ଟେବୁଲ ଉପରେ ଛିଡ଼ା ହୋଇ ପ୍ରତିବାଦ କରିଛନ୍ତି । ତାରା ବାହିନୀପତି, ସାଗର ଦାସ ଚପଲ ପିନ୍ଧି ରିପୋର୍ଟର ଟେବୁଲ ଉପରେ ଚଢିଲେ । ରିପୋର୍ଟିଂ ଟେବୁଲର ହେଡଫୋନ ଉପାଡିଦେଇଥିଲେ ବିରୋଧୀ । ହଟ୍ଟଗୋଳ ମଧ୍ୟରେ ଜାରି ରହିଛି ପ୍ରଶ୍ନକାଳ ।

ଏମିତି କି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ଆଉ ତାଙ୍କୁ ସାଥ୍ ଦେଇଥିଲେ ବିଜେଡି ବିଧାୟକ । ଜୟ ନାରାୟଣ ମିଶ୍ରଙ୍କ ଓଡିଶାକୁ ନେଇ ବିବାଦୀୟ ମନ୍ତବ୍ୟକୁ ନେଇ ବିଜେଡିର ପ୍ରତିବାଦ । ଆଉ ତାହାରି ଭିତରେ ହିଁ ଗୃହକୁ ମୁଲତବୀ ନକରି, ଗୃହରେ ପ୍ରଶ୍ନକାଳ ଚଳାଇଥିଲେ ବାଚସ୍ପତି । ଶେଷରେ ପରିସ୍ଥିତି ଏମିତି ହୋଇଥିଲା ଯେ, ଗୃହ ମୁଲତବୀ କରିଥିଲେ ବାଚସ୍ପତି ।

Leave A Reply

Your email address will not be published.