କେସିଙ୍ଗା : ରାସ୍ତାରେ କାମ ଚାଲିଥିବା ବେଳ ବେଆଇନ୍ ଭାବେ ମୂଲ୍ୟବାନ ଗଛ କଟାଯାଇଛି । ଏନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗର ପୋଲିସ କର୍ମଚାରୀ । ମୂଲ୍ୟବାନ ଶାବୁନ ଗଛ କଟାକୁ ନେଇ ୩ ଜଣ ଅଟକ ପରେ ମୋଟା ଅଙ୍କରେ ଜୋରିମାନା କରାଯାଇଛି । ପରେ ସଂପୃକ୍ତ ଠିକାଦାର କର୍ମଚାରୀ ଜନ୍ମଜୟ ଛତ୍ରୀଆ(ମୁନ୍ସୀ),ହେମରାଜ ରଣା,ହିମାଂଶୁ ପୁଟେଲଙ୍କୁ ଛାଡି ଦିଆଯାଇଛି ।
ଘଟଣାଟି ଘଟିଛି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତର ମଶାଣିବନ୍ଧ ଠାରେ । ମିଳିଥିବା ସୂଚନା ଅନୁସାରେ, ମଶାଣିବନ୍ଧଠୁ ବାଲସି ଡମ୍ବସିଲଟ ଯାଏଁ ଦୀର୍ଘ ୭.୨୦୦ କିମି ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଓଡ଼ିଶା ସରକାର ,ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ପାଇଁ ଗଣେଶ କନଷ୍ଟ୍ରକସନକୁ ଟେଣ୍ଡର ଦିଆଇଥିଲା । ଟିଟିଲାଗଡ଼ର ଜୈନନିକ ଉପ ଠିକାରଦାର ଏହି ରାସ୍ତା ନିର୍ମାଣ କରୁଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ୨୯୨.୪୯କୋଟି ବ୍ୟୟ ଅଟକଲରେ ରାସ୍ତା ନିର୍ମାଣ ହେଉଛି । ଏହି ରାସ୍ତା ମଶାଣିବନ୍ଧ ଠାରୁ ବାଲସି ଦେଇ ଡମ୍ବସିଲଟ ,ବଲବଶ ପୁର ଯାଏ ରାସ୍ତା କାମ ଚାଲିଛି ।
ମଶାଣିବନ୍ଧ ଗ୍ରାମ ଆରମ୍ଭ ଠାରୁ ଏହି ରାସ୍ତା ଦୁଇ ପାଶ୍ୱର୍ରେ ଥିବା ମୂଲ୍ୟବାନ ଶାବୁନ ଗଛକୁ ଉକ୍ତ ଠିକାଦାରର କର୍ମଚାରୀ ଜେସିପି ମେସିନ ଦ୍ୱାରା କଟା ଯାଇଥିବାର ଗ୍ରାମବାସୀଙ୍କ ଦ୍ୱାରା କେସିଙ୍ଗା ବନାଞ୍ଚଳ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଉକ୍ତ ଫରେଷ୍ଟ ବିଭାଗର ବିନା ଅନୁମୋଦନରେ ସାବୁନ ଗଛ କାଟି ଥିବାରୁ ଠିକାଦାରର ଜଣେ ମୁନ୍ସୀ ଓ ଦୁଇ ଜଣ ଶ୍ରମିକଙ୍କୁ ରେଞ୍ଜ କାର୍ଯ୍ୟାଳୟ ନେଇଥିଲେ । ଏହି ରାସ୍ତାରେ ଥିବା ୩୦ଟି ଶାବୁନ ଗଛକୁ ବେନିୟମ ଭାବେ କାଟି ଥିବାରୁ ୬୦ହଜାର ଜରିମାନା ପୈଠ କଲା ପରେ ଉକ୍ତ କର୍ମଚାରୀ ଙ୍କୁ ଛାଡି ଦିଆ ଯାଇଥିଲା । ଏହି ରାସ୍ତାର ମାଟି କାମ ଚାଲିବା ପୂର୍ବରୁ ପ୍ରାୟ ୩୦ଟି ମୂଲ୍ୟବାନ ଶାବୁନ ଗଛ କଟା ଯାଇଛି । କେସିଙ୍ଗା ବନ ବିଭାଗର ବିନା ଅନୁମତିରେ ଶାବୁନ ଗଛ କାଟିଥିବାରୁ ଠିକାଦାରକୁ ମୋଟା ଅଙ୍କରେ ଜରିମାନା ଦେବାରୁ ଉକ୍ତ ଅଟକ କର୍ମଚାରୀଙ୍କୁ ଛାଡି ଦିଆଯାଇଛି । ଏହି ୩ ଜଣଙ୍କ ନାମରେ କେସିଙ୍ଗା ରେଞ୍ଜ ପକ୍ଷରୁ କେଶ ଜାରି ରହିଥିବାର ରେଞ୍ଜର ଦୀନବନ୍ଧୁ ମେହେର ପ୍ରକାଶ କରିଛନ୍ତି ।
Comments are closed.