ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ । ଜମ୍ମୁ-କାଶ୍ମୀରର କିସ୍ତୱାଡାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଛି ଗୁଳିବିନିମୟ । ଗୁରୁବାର ସକାଳେ କିସ୍ତୱାରର ଚଟୁର ଅଞ୍ଚଳର ସିଂହପୋରାରେ ଆତଙ୍କବାଦୀ ଲୁଚିଥିବାନେଇ ଗୁଇନ୍ଦା ସୂତ୍ରରୁ ସୁରକ୍ଷା ବାହିନୀଙ୍କୁ ସୂଚନା ମିଳିଥିଲା । ଏହି ସମୟରେ ସେନା ଏବଂ ସୁରକ୍ଷା ବାହିନୀ ପକ୍ଷରୁ ସ୍ଥାନୀୟ ଅଂଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନଜାରି ରହିଥିଲା । ଏହି ସମୟରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଘଟି ଜୈସ – ଏ – ମହମ୍ମଦ ର ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ତିନି ଆତଙ୍କବାଦୀଙ୍କ ନାମ ଆସିଫ୍ ଅହମ୍ମଦ ଶେଖ୍, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍। ଯେଉଁମାନେ ସମସ୍ତେ ଜମ୍ମୁ ଏବଂ କଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।
ବର୍ତ୍ତମାନ ସେଠାରେ ସେନା ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନ ଜାରି ରହିଛି । ସୁରକ୍ଷା ବାହିନୀ ଦ୍ୱାରା ତିନିରୁ ଚାରି ଜଣ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଧରାପଡ଼ିଛି। ଆତଙ୍କୀମାନେ ସୁରକ୍ଷା ବାହିନୀ କବ୍ଜାରେ ରହିଥିବା ସୂଚନା ମିଳିଛି। ହାଇଆଲର୍ଟ ଅପରେସନରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିବା ଖବର ରହିଛି।