ଥାଇରଏଡକୁ ସାଇଲେଣ୍ଟ କିଲର କୁହାଯାଏ କାରଣ ଏହି ରୋଗର ଲକ୍ଷଣ ଧୀରେ ଧୀରେ ଜଣାପଡିଥାଏ । ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡିଥାଏ । ଥାଇରଏଡକୁ ନିୟନ୍ତ୍ରଣ କରିବା ପାଇଁ ଏହାର ଲକ୍ଷଣ ଜାଣିବା ଜରୁରୀ ।
ଥାଇରଏଡ ଆମ ଶରୀରରେ ଥିବା ଏଣ୍ଡୋକ୍ରାଇନ ଗ୍ଲାଣ୍ଡ ମଧ୍ୟରୁ ଗୋଟିଏ । ଗଳାରେ ଥିବା ଏହି ଗ୍ଲାଣ୍ଡରେ ଥାଇରକ୍ସିନ ହର୍ମୋନ ତିଆରି ହୋଇଥାଏ । ଯେତେବେଳେ ଏହି ହର୍ମୋନର ନିର୍ଗମନ କମ୍ କିମ୍ବା ଅଧିକ ହୋଇଥାଏ, ଥାଇରଏଡ ସମସ୍ୟା ଦେଖାଦିଏ । ସାଧାରଣତଃ ଥାଇରଏଡ ଦୁଇ ପ୍ରକାର ହୋଇଥାଏ । ପ୍ରଥମତଃ ହାଇପୋଥାଇରଏଡିଜିମ୍ ଏବଂ ଦ୍ୱିତୀୟତଃ ହାଇପରଥାଇରଏଡିଜିମ୍ । ଓଜନ ବୃଦ୍ଧି ପାଇବାର ସ୍ଥିତିକୁ ହାଇପୋଥାଇରଏଡିଜିମ୍ ଏବଂ ଓଜନ ହ ୍ରାସ ପାଇବାର ସ୍ଥିତିକୁ ହାଇପରଥାଇରଏଡିଜିମ୍ କୁହାଯାଏ ।
ଲକ୍ଷଣ:
୧.ଆଳସ୍ୟ ଲାଗିବା କିମ୍ବା ଅଳ୍ପ ପରିଶ୍ରମ କରି ଥକିପଡିବା ହାଇପୋଥାଇରଏଡିଜିମ୍ର ଲକ୍ଷଣ ହୋଇପାରେ ।
୨. ବିନା କାରଣରେ ହାତ, ପାଦ, କାନ୍ଧ କିମ୍ବା ଆଣ୍ଠୁଗଣwି ଦରଜ ହେଲେ ଏହା ଥାଇରଏଡର ସଙ୍କେତ ହୋଇପାରେ ।
୩. ରାତିରେ ନିଦ ନହେବା, ଡିପ୍ରେସନ କିମ୍ବା ଭୁଲିବାର ଅଭ୍ୟାସ ଦେଖାଦେବା ଶରୀରରେ ଥାଇରକ୍ସିନ ହର୍ମୋନର ସ୍ତର କମ୍ ହେବାର କାରଣ ହୋଇପାରେ ।
୪. ହାଇପରଥାଇରଏଡିଜିମ୍ ହୋଇଥିଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ ୍ରାସ ପାଇଥାଏ । ଏହାଫଳରେ ବାରମ୍ବାର ରୋଗରେ ପଡିପାରନ୍ତି ।
୫. ଥାଇରଏଡ ହେଲେ ମେଟାବଲିକ ସ୍ତର ହ ୍ରାସ ପାଇଥାଏ । ଏପରି ସ୍ଥିତିରେ ଅଳ୍ପ ଗରମ ହେଲେ ଅଧିକ ଝାଳ ବୋହିବା ଏବଂ ସାମାନ୍ୟ ଥଣ୍ଡା ପଡିଲେ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ ।
ଘରୋଇ ଚିକିତ୍ସା:
୧. ଗୋଟିଏ ଗ୍ଲାସ୍ ପାଣିରେ ୨ ଚାମଚ ପେଶା ହୋଇଥିବା ଧନିଆ ରାତିସାରା ପାଣିରେ ଭିଜାଇ ରଖ;ୁ । ସକାଳୁ ଏହି ପାଣିକୁ ଗରମ କରି ଏଥିରେ ଚିମୁଟାଏ ଲୁଣ ପକାଇ ପିଅ;ୁ ।
୨.ଅଧା ଚାମଚ ଆଲୋଭେରା ଜୁସ୍ରେ ୨ ବୁନ୍ଦା ତୁଳସୀ ପତ୍ରର ରସ ମିଶ୍ରିତ କରି ଦିନକୁ ଦୁଇ ଥର ପିଅ;ୁ ।
୩.ରାତିରେ ଶୋଇବା ପୂର୍ବରୁ ଏକ କପ୍ ପାଳଙ୍ଗ ରସରେ ଅଧା ଚାମଚ ଲେମ୍ବୁ ରସ ମିଶାଇ ପିଅ;ୁ ।
୪.ପ୍ରତିଦିନ ଏକ ଚାମଚ ହଳଦୀ ଗୁଣ୍ଡ ଖାଇ ଉଷୁମ ପାଣି ପିଅ;ୁ । ହଳଦୀ ମିଶ୍ରିତ କ୍ଷୀର ମଧ୍ୟ ପିିଇପାରିବେ ।
୫. ରାତିରେ ୪-୫ଟି ଅଖରୋଟ ଏବଂ ବାଦାମ ପାଣିରେ ଭିଜାଇ ସକାଳୁ ଏହାକୁ ଖାଆ;ୁ । ଏଥିରେ ଥିବା ସେଲୋନିୟମ ନାମକ ତ‰ ଥାଇରଏଡ କମ୍ କରିବାରେ ସାହାଯ୍ୟ କରେ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)