ଫେବ୍ରୁଆରି ୨ରେ ବିକ୍ରି ହେବ ବାରବାଟୀ ଦିନିକିଆ ଟିକେଟ

କଟକ:କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ତେବେ ଏହି ମ୍ୟାଚର ଟିକେଟ ପାଇଁ ଅପେକ୍ଷା କରିଥିବା କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଯାଇଛି ଖୁସି ଖବର ।
ଦର୍ଶକମାନଙ୍କ ପାଇଁ ଆସନ୍ତା ଫେବ୍ରୁଆରି ୨ତାରିଖରେ ଅନ୍‌ଲାଇନ୍‌ ରେ ଟିକେଟ ଉପଲବ୍ଧ ହେବ। ସେହିପରି କ୍ରିକେଟ୍‌ପ୍ରେମୀମାନେ ଆସନ୍ତା ୫ଓ ୬ରେ କାଉଣ୍ଟରରୁ ଟିକେଟ୍‌ କିଣିପାରିବେ। ଅଫଲାଇନରେ ଟିକେଟ୍ ବିକ୍ରି   ସକାଳ ୯ ଟାରୁ ୬ଟା ପର୍ଯ୍ୟନ୍ତ କରାଯିବ ।
ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏଥିସହ ଚଳିତ ଥର ଷ୍ଟାଡିୟମରେ ଫ୍ୟାନ୍‌ ପାର୍କର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କ୍ରୀଡ଼ା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅନଲାଇନ୍ ମୋଡରେ ବିକ୍ରି ହେବ ପ୍ରାୟ ୪ ହଜାର ଟିକେଟ୍ । ଅନଲାଇନ୍ ବୁକ୍ କରିଥିବା ବ୍ୟକ୍ତି ମାନେ ଫେବୃଆରୀ ମାସ ୭, ୮, ୯ ତାରିଖରେ ଅନଲାଇନ ଟିକେଟର ହାର୍ଡ କପି ସଂଗ୍ରହ କରି ପାରିବେ । ଭୁବନେଶ୍ୱର କେମ୍ବ୍ରିଜ ସ୍କୁଲ ଓ କିଟ୍ ବିଶ୍ଵବିଦ୍ୟାଳୟର କାଉଣ୍ଟରରୁ ସଂଗ୍ରହ କରିବେ ଅନଲାଇନ୍ ବୁକିଂର ହାର୍ଡ କପି ।

Comments are closed.