ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା

ମୟୁରଭଞ୍ଜ: ନଭେମ୍ବର ୨୬: ଆଜିଠାରୁ ଆରମ୍ଭ ହୋଇଛି ଶିମିଳିପାଳ ଅଭୟାରଣ୍ୟର ବାଘ ଗଣନା । ଏହା ଚାରୋଟି ପର୍ଯ୍ୟୟ ହୋଇ ସପ୍ତାହ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ । ଏଥିପାଇଁ ୫ ଶହରୁ ଅଧିକ କ୍ୟାମେରା ବ୍ୟବହାର କରାଯିବା ସହିତ ନୂତନ ତଥା ଆଧୁନିକ ଟେକ୍‌ନୋଲୋଜିର ବ୍ୟବହାର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କରଞ୍ଜିଆ ବନଖଣ୍ଡର ୫୫ ଓ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଡିଭିଜନର ୭୦ ଜାଗାରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବାଘର ପାଦ ଚିହ୍ନ, କ୍ୟାମେରାରେ ଉତ୍ତୋଳନ ହୋଇଥିବା ଚିତ୍ର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସରକାରୀ ନିୟମ ଅନୁଯାୟୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ମହାମାରୀ କରୋନା ଯୋଗୁଁ ଦୀର୍ଘ ଦିନ ବନ୍ଦ ରହିଥିଲା ଶିମିଳିପାଳ ଚଳିତ ମାସ ଆରମ୍ଭରେ ଖୋଲିଥିଲା । ତେବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଅଭୟାରଣ୍ୟକୁ ପୁଣି ଥରେ ବନ୍ଦ କରି ଦିଆଯାଇଥିଲା । ବର୍ଷା ଛାଡ଼ିବା ପରେ ବିଶେଷ ନିୟମ ଅନୁସାରେ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଥିଲା ।

Comments are closed.