ବାଘ ଛାଲ ଜବତ, 4 ଗିରଫ

ସମୟ ଲାଇଭ, 10/5: ମୟୁରଭଞ୍ଜ ଜିଲ୍ଲା  ଯଶୀପୁର ଡେପୁଟି ଡ଼ାଇରେକ୍ଟର କପିଳ ଦାସଙ୍କ ଉଦ୍ୟମରେ ଟଙ୍ଗାବିଲା ନିକଟରେ ଏକ ବଡ଼ ଧରଣର ଶିକାରୀ  ରାକେଟକୁ ଧରିଛି ବନବିଭାଗ । ବାଘ ଚମଡା ଜବତ କରିବ ସହିତ ୪ ଜଣ ଙ୍କୁ ଗିରଫ କରିବାରେ ବନବିଭାଗ ସଫଳ ହୋଇଛି । ସେହିପରି ଗିରଫ ୪ ଜଣଙ୍କୁ ବନବିଭାଗ କର୍ମଚାରୀ ଏବେ ଅଧିକ ପଚରା ଉଚାରା ଜାରି ରଖିଛନ୍ତି  ।

ପ୍ରାଥମିକ ତଦନ୍ତରେ ତିନିଜଣ କରଞ୍ଜିଆ ଅଞ୍ଚଳର ସୁବାଷ ସାହୁ, କ୍ଷୀରୋଦ ମହାନ୍ତ, ଏବଂ ରଣଜିତ ନାଏକଙ୍କୁ ଗିରଫ କରି ତଦନ୍ତ କରିବା ପରେ ଚତୁର୍ଥ ଜଣକ ନାଁ ଆସିବାରୁ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ସେ ଠାକୁରମୁଣ୍ଡା ଡାକ୍ତରଖାନାରେ ସୁଇପର ଭାବେ କାର୍ଯ୍ୟ କରନ୍ତି । ତାଙ୍କ ନାଁ ହେଉଛି ଗଣେଷଶ୍ୱର ସିଂ । ଶନିବାର ଦିନ ତିନିଟା ସମୟରେ ଠାକୁରମୁଣ୍ଡା ଡାକ୍ତରଖାନା ରୁ ତଦନ୍ତ ପାଇଁ ଜଶୀପୁର କୁ ଆଣି ଅଧିକ ତଦନ୍ତ ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଏଇ କର୍ମଚାରୀ ଜଣଙ୍କ ସହିତ ରସମତଳା ଏବଂ କରଞ୍ଜିଆ ବଜାର ତିନି ଜଣ ସାମିଲ ଥିବାର ବନବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି । ଉଦ୍ଧାର ହେଇଥିବା ବାଘ ଚମଡା କୁ ଦେଖିଲା ପରେ ବନ ବିଭାଗ କର୍ମଚାରୀ ଅନୁମାନ କରୁଛି ଏହା ଦୁଇବର୍ଷ ପୂର୍ବରୁ ବାଘକୁ ହତ୍ୟା କରାଯାଇଛି । ଶିମିଳିପାଳ ଅଞ୍ଚଳରେ ହତ୍ୟା କରାଯାଇଛି । କେଉଁଠି ହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡି ନଥିଲେ ବି ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି । ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ସେ ନେଇ ବନବିଭାଗ ଖୋଳତାଡ଼ ଆରମ୍ଭ କରିଛି  । ଏହାର ଅନୁସନ୍ଧାନ  ଏକ ସ୍ୱତନ୍ତ୍ର ଟିମ କରିବ ବୋଲି ସୂଚନା ମିଳିଛି । ଏହି ଘଟଣା କୁ ନେଇ ଡେପୁଟି ଡ଼ାଇରେକ୍ଟର କପିଳ ଦାସ ପ୍ରକାଶ କରିଛନ୍ତି ଯେ ବାଘ କୁ ହତ୍ୟା ଦୁଇ ବର୍ଷ ପୂର୍ବରୁ କରିଛନ୍ତି । ହତ୍ୟା କରି  ସଙ୍ଗେ ସଙ୍ଗେ ବିକ୍ରି କରି ନଥାନ୍ତି ଏମାନେ । ପରିସ୍ଥିତି ଶାନ୍ତ ପଡ଼ିଗଲା ପରେ ଏମାନେ ବିକ୍ରି କରିଥାନ୍ତି । ଏବେ ଲକଡାଉନର ସୁଯୋଗରେ ବିକ୍ରି କରିବା ପାଇଁ  ଟଙ୍ଗାବିଲା ନିକଟରେ ବେପାରୀକୁ ଅପେକ୍ଷା କରିଥିବା ବେଳେ ବନବିଭାଗ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Comments are closed.