ଟାଇମ୍ସ ବିଜନେସ୍‌ ଆୱାର୍ଡସ୍‌ ପାଇଲା ବେଦାନ୍ତ ଲିମିଟେଡ୍‌ ଝାରସୁଗୁଡ଼ା

ଝାରସୁଗୁଡ଼ା: ଜୁନ ୪: ପରିବେଶ, ସମାଜ ଓ କର୍ପୋରେଟ୍‌ ପ୍ରଥା ଅନୁସାରେ ଓ ୨୦୫୦ ସୁଦ୍ଧା ନେଟ୍‌ ଜିରୋ-କାର୍ବନ ଲକ୍ଷ୍ୟ ହାସଲ କରିବା ଲାଗି ଶୂନ ଆଘାତ, ଶୂନ ବର୍ଜ୍ୟ ଓ ଶୂନ ନିର୍ଗମନ ଲକ୍ଷ୍ୟ ଦ୍ୱାରା ପରିଚାଳିତ ହେବା । ଏ କ୍ଷେତ୍ରରେ ସବୁଠୁ ନିରନ୍ତର ଉପାୟରେ ବ୍ୟବସାୟ କରିବା ପ୍ରତି ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିଥିବାରୁ ଦି ଟାଇମ୍ସ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ଟାଇମ୍ସ ବିଜନେସ୍‌ ଆୱାର୍ଡସ୍‌-ଓଡ଼ିଶା ୨୦୨୨’ରେ ବେଦାନ୍ତ ଲିମିଟେଡ୍‌ ଝାରସୁଗୁଡ଼ା ସଷ୍ଟେନେବଲ୍‌ ମାନୁଫାକcରିଂ ଏକ୍ସଲେନ୍ସ ଆୱାର୍ଡ ହାସଲ କରିଛି । ଟାଇମ୍ସ ବିଜନେସ୍‌ ଆୱାର୍ଡ୍ସ ହେଉଛି ଟାଇମ୍ସ ଗ୍ରୁପର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଯାହା ବାସ୍ତବିକ ଓ ଚିରନ୍ତନ ତଥ୍ୟ ଆଧାରରେ ପ୍ରସିଦ୍ଧ ଗବେଷଣା ଏଜେନ୍ସି ଜରିଆରେ କଠୋର ସର୍ବେକ୍ଷଣ କରିବା ପରେ ବିଭିନ୍ନ ବର୍ଗରେ ବ୍ୟବସାୟ ଜଗତର ସଫଳତା ହାସଲକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥାଏ । ଏହି କାର୍ଯ୍ୟକ୍ରମରେ ୪୦ରୁ ଅଧିକ ବର୍ଗର ଶିଳ୍ପସଂସ୍ଥା ଓ ଉଦ୍ୟୋଗୀଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯେଉଁଥିରେ ସାମିଲ ରହିଛି କର୍ପୋରେଟ୍‌, ସିନେମା, ରିଟେଲ୍‌, ଶିକ୍ଷା, ରିଅଲ ଇଷ୍ଟେଟ୍‌, ଷ୍ଟାର୍ଟଅପ୍‌, ଏସ୍‌ଏମ୍‌ଇ ଓ ଆହୁରି ବହୁତ କିଛି । ଅଭିନେତା ଓ ବଦାନ୍ୟ ବ୍ୟକ୍ତି ସୋନୁ ସୁଦଙ୍କଠାରୁ ନେଇ କମ୍ପାନିର ମହାପ୍ରବନ୍ଧକ-କାର୍ବନ ପ୍ରୋସେସ ଯୋଗେଶ ବିଜୟ ଭର୍ଗୀୟ ଓ ଡେପୁଟି ମ୍ୟାନେଜର-ପିଆର୍‌ ଆଣ୍ଡ୍‌ କମ୍ୟୁନିକେସନ୍‌ ମିସ୍‌ ସନ୍ଧ୍ୟାଦୀପ ଜେନା ପୁରସ୍କାର ଗ୍ରହଣ କରିଛନ୍ତି ।

Comments are closed.