ଘରେ ଲଗାନ୍ତୁ ହାତୀ ଚିତ୍ର

ହିନ୍ଦୁ ଧର୍ମରେ ହାତୀକୁ ଖୁବ୍‌ ଶୁଭ ବୋଲି ବିବେଚନା କରାଯାଇଥାଏ । ଶାସ୍ତ୍ର ଅନୁଯାୟୀ, ଧନର ଦେବୀ ଲକ୍ଷ୍ମୀଙ୍କ ୨ ପାଶ୍ୱର୍ରେ ହାତୀ ଦଣ୍ଡାୟମାନ ରହିଥିବାରୁ ଏହି ପ୍ରାଣୀକୁ ଖୁବ୍‌ ଶୁଭ ବୋଲି ବିବେଚନା କରାଯାଏ । ଏହାସହ ହାତୀକୁ ଶକ୍ତି, ସୌଭାଗ୍ୟ ଓ ବୁଦ୍ଧିମତାର ପ୍ରତୀକ ବୋଲି ବି ବିବେଚନା କରାଯାଇଥାଏ । ଘରର ମୁଖ୍ୟ ଗେଟ୍‌ର ଉଭୟ ପାଶ୍ୱର୍ରେ ୨ଟି ହାତୀ ରଖିବାକୁ ଶୁଭ ବିବେଚନା କରାଯାଇଥାଏ । ହାତୀର ଶୁ„ ଘର ଭିତରକୁ ମୁହଁ କରିଥିଲେ ଆପଣଙ୍କ ଜୀବନ ହସଖୁସିରେ ଭରିଯାଏ । ଯଦି ହାତୀ ଶୁ„ ବାହାରକୁ ହୋଇଥାଏ, ତାହା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତିରୁ ରକ୍ଷା କରିବାରେ ସଫଳ ହୋଇଥାଏ ।

 Tips to place elephant photos or art according to Vastu Shastra and Feng Shui

୧-ଉପରକୁ ଶୁ„ କରିଥିବା ହାତୀକୁ ଘରର ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ପରିବାରର ସୁଖ, ସମୃଦ୍ଧି, ସଫଳତା, ସୌଭାଗ୍ୟ ଆଦି ବୃଦ୍ଧି ପାଇଥାଏ । ତଳ ଆଡ଼କୁ ଶୁ„ କରିଥିବା ହାତୀକୁ ଗେଟ୍‌ ସମ୍ମୁଖରେ ରଖନ୍ତୁ । ଏହା ଦୀର୍ଘାୟୁର ପ୍ରତୀକ ବୋଲି ବିବେଚନା କରାଯାଇଥାଏ ।

୨-ବାସ୍ତୁଶାସ୍ତ୍ର ଅନୁଯାୟୀ, ସ୍ୱ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ହାତୀମାନଙ୍କର ଚିତ୍ରକୁ ଶୋଇବା ଘରେ ରଖିବା ଉଚିତ । ଆପଣ ହାତୀ ପେଣ୍ଟିଂ କିମ୍ବା କୁଶନ କଭରର ଯୋଡି ମୂର୍ତ୍ତି ମଧ୍ୟ ରଖିପାରିବେ ।

 Tips to place elephant photos or art according to Vastu Shastra and Feng Shui

୩-ଯଶ ଓ କୀର୍ତ୍ତି ପାଇଁ ଲାଲ ହାତୀକୁ ବାସ୍ତୁ ଅନୁଯାୟୀ ଉତ୍ତର ଦିଗରେ ରଖିବା ଦ୍ୱାରା ସମାଜରେ ମାନ-ସମ୍ମାନ ଯଶ ଆଦି ବଢିଥାଏ । ବ୍ୟବସାୟରେ ଲାଭ ପାଇଁ ଚାନ୍ଦୀର ହାତୀ ଘରେ ରଖ;ୁ ।

୪-ଅଧ୍ୟୟନ କକ୍ଷ କିମ୍ବା କାର୍ଯ୍ୟାଳୟରେ ହାତୀର ଚିତ୍ର ରଖିବା ମଧ୍ୟ ଶୁଭ ବିବେଚନା କରାଯାଏ । ଯଦି ଆପଣ ପିଲାମାନଙ୍କ କୋଠରୀରେ ଏକ ପେଣ୍ଟିଂ ରଖିବାକୁ ଚାହୁଁଛନ୍ତି, ତେବେ ମା ହାତୀ ଏବଂ ତାଙ୍କ ପିଲାଙ୍କ ସହିତ ଏକ ଫଟୋ ରଖ;ୁ ।

 Tips to place elephant photos or art according to Vastu Shastra and Feng Shui

୫-ଫେଙ୍ଗ୍‌ଶୁଇ ଅନୁଯାୟୀ, ପିଲାଙ୍କ ଏକାଗ୍ରତା ବଢାଇବା ପାଇଁ ଆପଣ ସେମାନଙ୍କ ରୁମ୍‌ରେ ହାତୀର ପେଣ୍ଟିଂ ବା ଖେଳନା ରଖିପାରିବେ । ଯଦି ସମ୍ଭବ, ଆପଣ ଏହାକୁ ପିଲାଙ୍କ ଷ୍ଟଡି ଟେବୁଲ ଉପରେ ଖେଳନା ଭାବରେ ରଖିପାରିବେ ।

Har Ghar Tiranga