ବାସ୍ତୁ ଅନୁସାରେ ସଜାଡନ୍ତୁ ଆଲମିରା

ଘରେ ସାଧାରଣତଃ ସମସ୍ତଙ୍କର ଆଲମିରା ରହିଥାଏ । ହେଲେ ଏହାକୁ ନେଇ ମଧ୍ୟ ବାସ୍ତୁ ବିବୃତି ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ସର୍ବଦା ଆଲମିରାକୁ ଦକ୍ଷିଣ- ପଶ୍ଚିମ ଦିଗରେ ରଖନ୍ତୁ । ଏଭଳି କରିବା ଫଳରେ ଘରକୁ ସକରାତ୍ମକ ଉର୍ଜା ପ୍ରବାହିତ ହୋଇଥାଏ ।
ବାସ୍ତୁ ଅନୁସାରେ ସଜାଡନ୍ତୁ ଆଲମିରା

ଘରେ ଅଶାନ୍ତିରୁ ମୁକ୍ତି ମିଳିଥାଏ । ସେହିଭଳି ସବୁବେଳେ ଆଲମିରାକୁ ସଜାଡି ରଖନ୍ତୁ । ପୋଷାକକୁ ସଜାଡି ରଖିବା ଫଳରେ ଏହାର ଭଲ ପ୍ରଭାବ ଘରର ପରିବେଶ ଉପରେ ମଧ୍ୟ ପଡିଥାଏ ବୋଲି ବିଶ୍ୱାସ ରହିଛି । ସେହିଭଳି ଆଲମିରାର ଫ୍ରଣ୍ଟ ଡୋରରେ ମିରର ଲଗାଇବାରୁ ବଞ୍ଚିତ ରୁହନ୍ତୁ ।

ବାସ୍ତୁ ଅନୁସାରେ ସଜାଡନ୍ତୁ ଆଲମିରା

ଏପରି କରିବା ଫଳରେ ନକରାତ୍ମକ ଉର୍ଜା ଘରେ ପ୍ରବାହିତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହିଭଳି ଶୋଇବା ଘରେ ମଧ୍ୟ ମିରର ରଖନ୍ତୁ ନାହିଁ, ଏହା ବାସ୍ତୁ ଅନୁଯାୟୀ ଭଲ ହୋଇନଥାଏ ।

Comments are closed.