ନୂଆଦିଲ୍ଲୀ: ଆଜି ସିଙ୍ଗାପୁରରେ ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ହେବ କିଡନୀ ପ୍ରତିରୋପଣ I ସୋମବାର ସିଙ୍ଗାପୁରରର ମାଉଣ୍ଟ ଏଲିଜାବେଲ ହସ୍ପିଟାଲରେ କରାଯିବ। ସିଙ୍ଗାପୁରରେ ରହୁଥିବା ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନିଜ ପିତାଙ୍କୁ ଏକ କିଡ଼ନୀ ଦାନ କରିବେ। ରୋହିଣୀ ଲାଲୁଙ୍କ ଦ୍ଵିତୀୟ ଝିଅ ଏବଂ ସେ ସଂପ୍ରତି ସ୍ଵାମୀ ଏବଂ ପରିବାର ସହ ସିଙ୍ଗାପୁରରେ ରହୁଛନ୍ତି। ଏନେଇ ରୋହିଣୀ ଆଜି ସକାଳୁ ହସ୍ପିଟାଲ ବେଡରୁ ନିଜ ଫଟୋ ଟ୍ୱିଟ କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଲାଲୁ ଯାଦବଙ୍କ କିଡନୀ ପ୍ରତିରୋପଣ ପ୍ରକ୍ରିୟା ଦୁଇ ଦିନ ପୂର୍ବେ ଆରମ୍ଭ ହୋଇ ଯାଇଛି। ଲାଲୁ ଏବଂ ରୋହିଣୀ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଲାଲୁ ଦୀର୍ଘ ସମୟ ଧରି କିଡନୀ ଜନିତ ରୋଗରେ ପୀଡିତ। ଦିଲ୍ଲୀ ଏମ୍ସର ଡାକ୍ତରଙ୍କ ପରାମର୍ଶକ୍ରମେ ଲାଲୁଙ୍କୁ ସିଙ୍ଗାପୁର ଅଣାଯାଇଥିଲା ଏବଂ ସେଠାରେ ଡାକ୍ତର କିଡନୀ ପ୍ରତିରୋପଣ ପାଇଁ ମଞ୍ଜୁରୀ ଦେଇଛନ୍ତି।
କିଡନୀ ପ୍ରତିରୋପଣ ପାଇଁ ରୋହିଣୀଙ୍କର ପ୍ରଥମେ ଅପରେସନ୍ କରାଯିବ। ଲାଲୁ ଯାଦବ ଓ ରାବ୍ରୀ ଦେବୀଙ୍କ ୯ ସନ୍ତାନଙ୍କ ମଧ୍ୟରୁ ଦ୍ୱିତୀୟ କନ୍ୟା ହେଉଛନ୍ତି ରୋହିଣୀ। ସେ ସିଙ୍ଗାପୁରରେ ନିଜ ପରିବାର ସହ ରହୁଛନ୍ତି। ହସ୍ପିଟାଲ ଯିବା ପୂର୍ବରୁ ଇମୋସନାଲ ହୋଇପଡ଼ିଥିବା ରୋହିଣୀ ଟ୍ୱିଟ କରି କହିଛନ୍ତି, ଭଗବାନଙ୍କୁ ଦେଖିନି । ଫଟୋରେ ଦେଖିବାକୁ ମିଳିଛି ଯେ ଅପରେସନ୍ ପୂର୍ବରୁ ରୋହିଣୀ ହସ୍ପିଟାଲ ବେଡ ଉପରେ ଅଛନ୍ତି। ତାଙ୍କ ମୁହଁରେ ଉତ୍ସାହ ଓ ସାହସ ଦେଖିବାକୁ ମିଳିଛି। ଫଟୋରେ ରୋହିଣୀ ବିଜୟ ସଙ୍କେତ ମଧ୍ୟ ଦେଖାଇଛନ୍ତି। ଲାଲୁ ଯାଦବଙ୍କୁ ମଧ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ରବିବାର ପାଟନାର ଦାନାପୁର ସ୍ଥିତ ମୈନପୁରା କାଳି ମନ୍ଦିରରେ ଲାଲୁ ଯାଦବଙ୍କ ସୁସ୍ଥ କାମନା କରି ପୂଜାର୍ଚ୍ଚନା ସହିତ ଅଭିଷେକ କରାଯାଇଛି। ସୋମବାର ହେବାକୁ ଥିବା ସଫଳ କିଡନୀ ପ୍ରତିରୋପଣ ପାଇଁ ପୂର୍ବତନ ବିହାର ମନ୍ତ୍ରୀ ଆଲୋକ ମେହଟ୍ଟା, ବିଧାୟକ ରୀତଲାଲ ଯାଦବ, ବରିଷ୍ଠ ଆରଜେଡି ନେତା ରାମପନ୍ନୀ ସିଂହ, ଶିବକୁମାର ଯାଦବଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ହୋମ ଯଜ୍ଞ ସହ ରୁଦ୍ରାଭିଷେକ କରିଛନ୍ତି।
Comments are closed.