ନୂଆଦିଲ୍ଲୀ : ଭାରତ ଆଜି ପାଳନ କରୁଛି ୫୧ ତମ ବିଜୟ ଦିବସ I ୧୯୭୧ ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ରେ ପାକିସ୍ତାନକୁ ପରାସ୍ତ କରି ବିଜୟ ହାସଲ କରିଥିଲା ଭାରତ I ପ୍ରତିବର୍ଷ ଏହି ଦିନଟିକୁ ମନେ ରଖିବା ପାଇଁ ଡିସେମ୍ବର ୧୬ ତାରିଖ କୁ ବିଜୟ ଦିବସ ଭାବରେ ପାଳନ କରାଯାଉଛି । ଏହି ଯୁଦ୍ଧ ଶେଷ ହେବା ପରେ ୯୩ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ କରିଥିଲେ । ଯୁଦ୍ଧର ଅବସାନ ହେବା ପରେ ପୂର୍ବ ପାକିସ୍ଥାନ ଭାଗ ହୋଇ ନୂତନ ବାଂଲାଦେଶ ଜନ୍ମ ଲାଭ କରିଥିଲା । ଏଥିପାଇଁ ପାକିସ୍ତାନ ସହିତ ଭାରତ ୧୩ ଦିନ ଧରି ଯୁଦ୍ଧ କରିଥିଲା। ଏହି ଯୁଦ୍ଧ ଭାରତ ପାଇଁ ଐତିହାସିକ ପ୍ରମାଣିତ ହୋଇଥିଲା ।
୧୯୭୧ ବାଙ୍ଗଲାଦେଶ ମୁକ୍ତିଯୁଦ୍ଧରେ ୩ ହଜାର ୯୦୦ ଭାରତୀୟ ସୈନିକ ସହିଦ ହୋଇଥିଲେ । ଏମିତିକି ୯ ହଜାର ୮୫୧ ଜଣ ଆହତ ହୋଇଥିଲେ । ପୂର୍ବ ପାକିସ୍ତାନରେ ପାକିସ୍ତାନୀ ସେନାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଏଏକେ ନିୟାଜୀ ଭାରତର ପୂର୍ବତନ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଜଗଜିତ୍ ସିଂ ଆରୋଡ଼ାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଏହାପରେ ୧୭ ଡିସେମ୍ବରରେ, ୯୩ ହଜାର ପାକିସ୍ତାନୀ ସୈନିକଙ୍କୁ ଯୁଦ୍ଧ ବନ୍ଦୀ ଭାବରେ ନିଆଯାଇଥିଲା I ଏହି ଯୁଦ୍ଧରେ କେବଳ ଉତ୍ତରାଖଣ୍ଡର ୨୫୫ ବୀର ସୈନିକ ନିଜ ଜୀବନ ବଳିଦାନ ଦେବା ସହିତ ୭୮ ସୈନିକ ଆହତ ହୋଇଥିଲେ I
ଏହି ଅବସରରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ପ୍ରଦାନ ଉତ୍ସବରେ ଯୋଗା ଦେଇ ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଏହାର ଅବ୍ୟବହିତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ ଆର୍ମି ହାଉସ୍ରେ ‘ଆଟ୍ ହୋମ୍’ ରିସେପ୍ସନ୍ରେ ଯୋଗ ଦେଇଥିଲେ ।
On Vijay Diwas, we remember with gratitude the exceptional valour displayed by our armed forces during the 1971 war. Stories of their unparalleled courage and sacrifice for the nation continue to inspire every Indian.
— President of India (@rashtrapatibhvn) December 16, 2022
ରାଷ୍ଟ୍ରପତି ଟ୍ୱିଟ କରି କହିଛନ୍ତି ବିଜୟ ଦିବସରେ, ମୁଁ ଆମର ସଶସ୍ତ୍ର ବାହିନୀର ସାହସିକତା ଏବଂ ବଳିଦାନକୁ ମନେ ପକାଇ ତାଙ୍କ ସହିତ ରହିଛି , ଯେଉଁମାନେ ଆମକୁ ୧୯୭୧ ଯୁଦ୍ଧରେ ବିଜୟ ର ଦ୍ୱାରଦେଶରେ ପହଞ୍ଚାଇଥିଲେ। ଦେଶର ସେବାରେ ପ୍ରାଣ ହରାଇଥିବା ଆମ ସହିଦମାନଙ୍କୁ ମୁଁ ମୋର ଭାବି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ବିଜୟ ଦିବସ ଅବ୍ୟବହିତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଜୟ ଅବ୍ୟବହିତ ପୂର୍ବରୁ ଆର୍ମି ହାଉସ୍ରେ ‘ଆଟ୍ ହୋମ୍’ ରିସେପ୍ସନ୍ରେ ଯୋଗ ଦେଇଥିଲି। ୧୯୭୧ ଯୁଦ୍ଧରେ ବିଜୟ ହାସଲ କରାଇଥିବା ଆମ ସଶସ୍ତ୍ର ବଳଙ୍କ ଶୌର୍ଯ୍ୟକୁ ଭାରତ କଦାପି ଭୁଲି ପାରିବ ନାହିଁ। ଉକ୍ତ ଯୁଦ୍ଧରେ ସାମରିକ ବୀରଙ୍କର ଆତ୍ମବଳି ସ୍ମରଣ କରାଯିବା ସହିତ ସେମାନଙ୍କ ପ୍ରତି ବର୍ଣ୍ଣାଢ଼୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ।
Comments are closed.