ଆଜି ବିଜେଡି ର ରୋପ୍ୟ ଜୟନ୍ତୀ

ଭୁବନେଶ୍ୱର : ବିଜେଡି ପାଳନ କରୁଛି ରୌପ୍ୟ ଜୟନ୍ତୀ I ବିଜୁ ଜନତା ଦଳ ଆଜି ୨୫ ପୂରି ୨୬ ବର୍ଷରେ ପାଦ ଥାପିଛି I ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି I ଆଜି ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚି ସଭାସ୍ଥଳକୁ ଯିବେ I ଏହାପରେ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ଦିବସ ସମାରୋହକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସେଠାରୁ ସେ ମହାସମାବେଶରେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ । ଏହି ସମାରୋହରେ ୪୦ରୁ ୫୦ ହଜାର ନେତା ଓ କର୍ମୀଙ୍କ ସମାଗମ ହେବ ।

ସୂଚନାଯୋଗ୍ୟ ଯେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ବିଜୁ ଜନତାଦଳ ପ୍ରତିଷ୍ଠା କରାଯାଇଥିଲା । ତେବେ ଚଳିତବର୍ଷ ଏହାର ରୌପ୍ୟ ଜୟନ୍ତୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀକ୍ଷେତ୍ରକୁ ବାଛିଥିଲେ । ୧୯୯୯ ମସିହା ମହାବାତ୍ୟାର ବିଭୀଷିକା ପରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ରାଜ୍ୟ ଶାସନର ଭାର ନେଇଥିଲା । ରୌପ୍ୟ ଜୟନ୍ତୀରେ ରାଜ୍ୟ ବିକାଶ କ୍ଷେତ୍ରରେ ହାସଲ କରିଥିବା ମାଇଲଷ୍ଟୋନ ନେଇ ଏକ ୧୫ ମିନିଟର ଭିଡିଓ ମଧ୍ୟ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ୨୦୨୪ ନିର୍ବାଚନ ପାଇଁ ଭିତ୍ତିପ୍ରସ୍ତର ପକାଇବ ବିଜେଡି । ନୂଆବର୍ଷରୁ ନୂଆ ରଣନୀତି ନେଇ କାମ କରିବା ପାଇଁ ଗୁରୁମନ୍ତ୍ର ଦେବେ ନବୀନ ପଟ୍ଟନାୟକ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସମାବେଶରେ ଯୋଗଦେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଶେଷକରି ତାଳବଣିଆ ପଡ଼ିଆକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି । ସଭାସ୍ଥଳ, ପାର୍କିଂ, ଭୋଜନ ଆଦି ପାଇଁ ଭିନ୍ନ ଭିନ୍ନ ଟେଣ୍ଟ୍‌ର ବ୍ୟବସ୍ଥା କରାଯାଇଛି । ଯେହେତୁ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନିଜେ ଯୋଗଦେବେ, ‌ସେଦୃଷ୍ଟିରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ବିଶେଷ କରି ତାଳବଣିଆ ପଡ଼ିଆକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ କେଉଁଠି ଓ‌ହ୍ଲାଇବେ, ଯେଉଁ ରାସ୍ତାରେ ସଭାସ୍ଥଳକୁ ଯିବେ, ତାର ରୁଟ୍‌ ମ୍ୟାପ ପ୍ରସ୍ତୁତ କରାଯାଇଛି । ୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ୧୦୦ ଜଣ ଦକ୍ଷ ଅଫିସର ଓ ୩ଜଣ ଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ୱରେ ରହିବେ । ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ପାଇଁ ୭ ପ୍ଲାଟୁନ୍‌ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ

Comments are closed.