ଆଜିଠୁ ମେକ୍‌ ଇନ୍‌ ଓଡ଼ିଶା କନକ୍ଳେଭ : ଯୋଗଦେବେ ୧୦୦ ରୁ ଅଧିକ ଶିଳ୍ପପତି

ଭୁବନେଶ୍ୱର : ଆଜି ଠାରୁ ଜନତା ମୈଦାନରେ ଆରମ୍ଭ ହୋଇଛି ୫ ଦିନିଆ ଶିଳ୍ପ ମହାକୁମ୍ଭ ର ତୃତୀୟ ସଂସ୍କରଣ I ଏଥିପାଇଁ ଜନତା ମୈଦାନରେ ସମସ୍ତ ପ୍ରସ୍ତୁତି ସରିଛି Iଏଥିରେ ଯୋଗ ଦେଉଛନ୍ତି ୧୩୦ ଟି କମ୍ପାନୀ ସହିତ ୧୦୦ ରୁ ଅଧିକ ନାମୀ ଦାମୀ ଶିଳ୍ପପତି I ଏହି ଶିଳ୍ପ ମହା ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ I ରାଜ୍ୟର ସବୁଠୁ ବଡ଼ ନିବେଶ ମହାକୁମ୍ଭକୁ ଆଜି ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ଲେନାରି ଅଧିବେଶନରେ ଯୋଗ ଦେବେ ବେଦାନ୍ତ ରିସୋର୍ସେସ ଲିମିଟେଡ୍‌ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନିୱାସ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲ ଏମ୍‌ଡି ତଥା ସିଇଓ ଟି.ଭି. ନରେନ୍ଦ୍ରନଙ୍କ ସମେତ ନାମୀଦାମୀ ଶିଳ୍ପ ମହାରଥୀ । ଏଥିରେ କେବଳ ଦେଶରେ ବଡ଼ ବଡ଼ ଶିଳ୍ପପତି ନୁହେଁ ଜାପାନ, ନରେୱେ ଏବଂ ଜର୍ମାନୀରୁ ମଧ୍ୟ ବହୁ ପ୍ରତିନିଧି ଓ ପୁଞ୍ଜିନିବେଶକାରୀ ସମ୍ମିଳନୀରେ ଭାଗ ନେବେ । ଆସିଆନ ଦେଶର ପ୍ରତିନିଧି ଦଳ ମଧ୍ୟ ସାମିଲ ହେବେ ।

ଶିଳ୍ପସଂଘ ଫିକି ସହଯୋଗରେ ଜନତା ମଇଦାନଠାରେ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଆୟୋଜନ କରାଯାଇଛି । ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀର ତୃତୀୟ ସଂସ୍କରଣରୁ ବହୁ କିଛି ଆଶା ରଖିଛି ରାଜ୍ୟ । ୨୦୧୬ ଏବଂ ୨୦୧୮ରେ ଅନୁଷ୍ଠିତ ଦୁଇଟିଯାକ ସମ୍ମିଳନୀରେ ଆସିଥିବା ମୋଟ ନିବେଶ ତୁଳନାରେ ଏଥର ୬ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ନିବେଶ ପ୍ରସ୍ତାବ ଆସିବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

Comments are closed.