ଭୁବନେଶ୍ୱର: ଆଜି ଧାମନଗର ଉପନିର୍ବାଚର ପ୍ରଚାର ଶେଷ ଦିନ । ଶେଷ ଦିନରେ ତିନି ପ୍ରମୁଖ ଦଳଙ୍କୁ କଡ଼ା ଟMର ଦେଇଛନ୍ତି ସ୍ୱାଧୀନପ୍ରାର୍ଥ ରାଜେନ୍ଦ୍ର ଦାସ । ରାଜେନ୍ଦ୍ର ପ୍ରତ୍ୟେକଙ୍କ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଏହାସହିତ ତାଙ୍କ ସହ ବହୁ ଯୁବଗୋଷ୍ଠୀଙ୍କ ସମର୍ଥନ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ସେହିପରି ବିଜେଡି ପକ୍ଷରୁ ଆଜି ଶେଷ ଦିନରେ ଷ୍ଟାର୍ ପ୍ରଚାରକମାନେ ମଇଦାନକୁ ଓହ୍ଲାଇଥିଲେ । ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବଂ ଏଲିନା ବୁଲି ବୁଲି ପ୍ରଚାର କରିଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିଥିଲେ । ଏନେଇ ଅଭିନେତ୍ରୀ ବର୍ଷ କହିଛନ୍ତି, ମୁଁ ନବୀନ ସାର୍ଙ୍କ ପାଇଁ ପ୍ରଚାରରେ ଆସିଛି । ଅବନ୍ତୀ ଭଉଣୀଙ୍କ ସହ ଲୋକଙ୍କ ଜନ ସମର୍ଥନ ବିପୁଳ ମାତ୍ରାରେ ରହିଛି । ତାଙ୍କ ପାଖରେ ଭଲ ଦକ୍ଷତା ରହିଛି । ଲୋକଙ୍କ ମନରେ ସବୁବେଳେ ନବୀନ ସାର୍ ହିଁ ଅଛନ୍ତି । ମୁଁ ବି ନବୀନଙ୍କ ବଡ଼ ଫ୍ୟାନ୍ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅପ୍ରତିଦ୍ୱନ୍ଦୀ ।
ଅନ୍ୟପକ୍ଷରେ, କଂଗ୍ରେସ ନେତା ସୁର ରାଉତରାୟ କଂଗ୍ରେସ ବିଜୟ ହେବ ବୋଲି ସଫେଇ ଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନରେ ନିରପେକ୍ଷ ହେବା କଥା ମିଛ । ଏଠି ବିଡ଼ା ବିଡ଼ା ଟଙ୍କା ବଣ୍ଟା ଚାଲିଛି । ଟଙ୍କା ବଣ୍ଟା ବେଳେ ଧରାପଡ଼ିକି ବି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏଠି ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଲୋକ ଅନ୍ୟଠୁ ପଇସା ଖାଇବେ, କି;ୁ ଭୋଟ୍ ହାତକୁ ଦେବେ । ଆମେ ହିଁ ଜିତିବୁ ।
ସୂଚନା ଥାଉଯେ, ଆସନ୍ତା ୩ ତାରିଖରେ ଧାମନଗର ନିର୍ବାଚନ ଭୋଟ୍ ପଡ଼ିବାକୁ ଯାଉଥିବା ବେଳେ ୬ ତାରିଖରେ ଫଳାଫଳ ଘୋଷଣା କରାଯିବ ।
Comments are closed.