ଆଜି ହାଇକୋର୍ଟର ୨ ନୂଆ ବିଚାରପତି ଶପଥ ନେଲେ

ଭୁବନେଶ୍ୱର: ଅକ୍‌ଟୋବର ୦୮: ଆଜି ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତି ଶପଥ ପାଠ ଗ୍ରହଣ କରିଛନ୍ତି । ସେମାନେ ହେଲେ ଜଷ୍ଟିସ୍‌ ଯଶୋବନ୍ତ ସିଂହ ଏବଂ ଜଷ୍ଟିସ୍‌ ଅରିନ୍ଦମ ସିହ୍ନା । ହାଇକୋର୍ଟର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ ।

ସୂଚନା ଥାଉଯେ, ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ ଜଷ୍ଟିସ ଯଶୋବନ୍ତ ସିଂହ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି । ସେହିପରି ଜଷ୍ଟିସ ଅରିନ୍ଦମ ସିହ୍ନା କଲିକତା ହାଇକୋର୍ଟରୁ ବଦଳି ହୋଇ ଆସିଛନ୍ତି । ଏବେ ଏହି ନୂଆ ଦୁଇ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ ରହିଥିଲା ବେଳେ ଆହୁରି ୧୩ଟି ପଦ ଖାଲି ପଡ଼ିଛି ।

କିଛିଦିନ ପୂର୍ବେ ବିଭିନ୍ନ ରାଜ୍ୟର ୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି ନେଇ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଓଡ଼ିଶା ହାଇକୋର୍ଟ ବିଚାରପତି ସଞ୍ଜୟ ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇଥିଲା । ସେହିକ୍ରମରେ ପଞ୍ଜାବ ଓ ହରିୟାଣା ଏବଂ କଲିକତା ହାଇକୋର୍ଟର ବିଚାରପତିଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଥିଲା ।

Comments are closed.